Pratidin TV

Odisha's Digital News Platform

ଓଲିଉଡ଼୍ ଅଭିନେତା, ପ୍ରଯୋଜକଙ୍କ ପାଇଁ ଓଡ଼ିଶା ଦୁଇ ଭାଗ !

ଓଡିଆ ଫିଲ୍ମ ପାଇଁ ଓଲିଉଡ ଇଣ୍ଡଷ୍ଟ୍ରିରେ ଉଠିଛି ଝଡ । ବ୍ୟକ୍ତିଗତ ବିବାଦକୁ ନେଇ ଫିଲ୍ମ ଉପରେ ପଡିଲା ପ୍ରଭାବ । ଗୋଟିଏ ଫିଲ୍ମ ପାଇଁ ଭିନ୍ନ ଭିନ୍ନ ଅଞ୍ଚଳରେ ସୃଷ୍ଟିହେଲା ଫାଟ । ଯେଉଁଥିପାଇଁ ବର୍ତ୍ତମାନ ଓଡିଆ ଇଣ୍ଡଷ୍ଠ୍ରି ମଧ୍ୟ ଦୁଇ ଭାଗ ହେବାକୁ ବସିଛି । ନିକଟରେ ଦଶହରା ପାଇଁ ରିଲିଜ ହୋଇଥିଲା ୩ଟି ଫିଲ୍ମ, ସେମଧ୍ୟରୁ ରାମ ଚଳଚିତ୍ର ସାରା ଓଡିଶାରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ ଅରିନ୍ଦମ । ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରିଥିବା ଅଭିନେତା ଅରିନ୍ଦମ ଫିଲ୍ମ ରିଲିଜକୁ ନେଇ ବେଶ ଉତ୍ସାହିତ ଥିଲେ । ହେଲେ ତାଙ୍କ ସିନେମା ପଶ୍ଚିମ ଓଡିଶାରେ ମୁକ୍ତିଲାଭ କରି ପାରିନଥିବାରୁ ସେଥିପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ଦାୟୀ କରିଛି ପ୍ରଯୋଜକ ସଂଘ । ୨ବର୍ଷ ପାଇଁ ଚଳଚିତ୍ରରୁ ମନୋଜକୁ ବାସନ୍ଦ କରାଯାଇଥିବା ବେଳେ ମନୋଜଙ୍କ ନାଁରେ ହୋଇଥିବା ମିଛ ଆରୋପକୁ ଖଣ୍ଡନ କରିଛନ୍ତି ସେ । ତେବେ ଏନେଇ କଣ କହୁଛନ୍ତି ପ୍ରଯୋଜନା ସଂସ୍ଥା ଦେଖନ୍ତୁ ଏହି ଭିଡିଓରେ…

Leave a Reply

Your email address will not be published. Required fields are marked *