Pratidin TV

Odisha's Digital News Platform

ଓଡିଆ ଫିଲ୍ମକୁ ମିଳୁନି ହଲ : କାହିଁକି ଓଡିଆ ଫିଲ୍ମ ଦେଖିବାକୁ କମୁଛି ଦର୍ଶକଙ୍କ ଆଗ୍ରହ ?

1 min read

ଦିନକୁ ଦିନ ଶୋଚନୀୟ ହେଉଛି ଓଲିଉଡର ସ୍ଥିତି। ଦର୍ଶକ ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି।  କାରଣ ଯାହା ବି ହେଉ ନା କାହିଁକି ଓଡ଼ିଆ ସିନେମା ତାର ଲୋକପ୍ରିୟତା ହରାଉଛି ଏକଥା ସତ। ସ୍ଥିତି ଶେଷରେ ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ  ପ୍ରଯୋଜକଙ୍କୁ ହଲ୍‌ ମିଳୁନି।

ଏଥର ରିଲିଜ ହେବାକୁ ଥିବା 4 ଓଡ଼ିଆ ସିନେମାକୁ ହଲ ମିଳୁନି ।ଖବର ମୁତାବକ, ଚଳିତ ପୂଜା ଅବସରରେ ସିନେମା ଘରେ ରିଲିଜ୍ ହେବା ପାଇଁ ଅନୁଭବ ମହାନ୍ତିଙ୍କ ଅଭିନୀତ ‘କର୍ମ’, ଅର୍ଦ୍ଧେନ୍ଦୁ ଶେଖର ସାହୁଙ୍କ ଅଭିନୀତ ‘ଭିଲେନ୍’ ଆଦି ୪ଟି ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି । ମାତ୍ର ସବୁଠାରୁ ପରିତାପର କଥା ହେଉଛି ପୂଜାରେ ରିଲିଜ୍ ହେବା ପାଇଁ ଓଡ଼ିଆ ଫିଲ୍ମକୁ ହଲ୍ ମିଳୁନାହିଁ । ତେଣୁ ଏହାକୁ ନେଇ ଏବେ ପ୍ରଯୋଜକମାନେ ଚିନ୍ତାରେ ରହିଥିବା ବେଳେ ଏଥିପାଇଁ କିଏ ଦାୟୀ ବୋଲି ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ହେବାରେ ଲାଗିଛି ।

Advertisement

Leave a Reply

Your email address will not be published. Required fields are marked *