ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ବହୁପ୍ରତୀକ୍ଷିତ ଫିଲ୍ମ ‘ପ୍ରତୀକ୍ଷା’
1 min readଭୁବନେଶ୍ୱର : ପୁଣି ଆଶା ବାନ୍ଧୁଛି ଓଡିଆ ସିନେମା । ନିକଟରେ ଓଡିଆ ସିନେମାକୁ ପ୍ରେକ୍ଷାଳୟରେ ପରଦା ମିଳୁନଥିବା ବେଳେ । ବାବୁଶାନ ମହାନ୍ତିଙ୍କ ଦମନ ଚଳଚ୍ଚିତ୍ର ସାଜିଥିଲା ଆଲୋକର କିରଣ । ଫିଲ୍ମଟି କେବଳ ଓଡିଶାରେ ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ବେସ୍ ନାଁ କରିପାରିଥିଲା । ଏହା ସହ ମୁମ୍ବାଇରେ ତାର ହିନ୍ଦି ଡବିଂ ମଧ୍ୟ ଚାଲିଛି । ଫିଲ୍ମଟି ଓଡିଆ ଇଣ୍ଡଷ୍ଟ୍ରିରେ ହାଏଷ୍ଟ ବଜେଟ୍ ସହ ବାହାର ଦେଶ ଗୁଡିକରୁ ପ୍ରଶଂସା ସାଉଣ୍ଟି ପାରିଛି । ସେହିଭଳି ଦମନ ପରେ ବର୍ତ୍ତମାନ ପ୍ରତୀକ୍ଷା ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିକୁ ଖୁବ୍ ଉପରକୁ ନେଇଯିବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ।
ତେବେ ଆଜି ପରଦାକୁ ଆସିଛି ଏ ବର୍ଷର ବହୁ ପ୍ରତୀକ୍ଷିତ ଓଡିଆ ଫିଲ୍ମ ‘ପ୍ରତୀକ୍ଷା’ । ଅନୁମପ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ଓ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି।
ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର।ତେବେ ଫିଲ୍ମଟି ପିତା-ପୁତ୍ରଙ୍କ ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ତିଆରି କରାଯାଇଛି ।
ସେହିପରି ଫିଲ୍ମଟି, ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ରିମେକ୍ କରିବା ଲାଗି ଘୋଷଣା କରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍। ଏଥିପାଇଁ ସେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ଏକ ଟୋକନ ଅର୍ଥରାଶି ମଧ୍ୟ ପ୍ରଦାନ କରିଛନ୍ତି।