(video)ଓଡିଆ ଇଣ୍ଡଷ୍ଟ୍ରିର କଳଙ୍କକୁ ବାହାରେ ପକାଇଲେ ସନଲିଶା , କହିଲେ ଟୁଟୁ ନାୟକ , ଜ୍ୟୋତି ଓ ପ୍ରୀତମ୍ ସବୁ ….
1 min readଭୁବନେଶ୍ୱର ; ଦୀର୍ଘ ୫ ଦିନର ଧାରଣା ପରେ ଓଡିଆ ସିନେମା ବଞ୍ଚାଓ ଆନ୍ଦୋଳନରୁ ଓହରିଥିଲେ ପ୍ରଥା ଚଳଚିତ୍ରର ପ୍ରଯୋଜିକା ସଲିସଲା ପଟେଲ । ତେବେ ଓଡ଼ିଆ ଫିଲ୍ମ ବିତରଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ବସିଥିବା ଗୁରୁତ୍ୱ ପୂର୍ଣ୍ଣ ବୈଠକରେ ଓଡିଶା ସିନେମା ଓ ହଲ୍କୁ ପୁନରୁର୍ଦ୍ଧାର ପାଇଁ ସନଲିଶା ଦାବୀ ରଖିଥିଲେ । ଆଉ ଏସବୁ ଯଥାଶୀଘ୍ର ପୂରଣ ପାଇଁ ପତିଶୃତି ମଧ୍ୟ ଦିଆଯାଇଥିଲା । ଓଡ଼ିଆ ଭାଷାର ସିନେମା ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯିବ। ଯେଉଁମାନେ ଭଲ କାହାଣୀର ଓଡ଼ିଆ ସିନେମା ପ୍ରସ୍ତୁତ କରିବେ, ସେହି ପ୍ରଯୋଜକଙ୍କୁ ସବସିଡି ଯୋଗାଇ ଦିଆଯିବ। ସେହିପରି ଗ୍ରାମାଞ୍ଚଳରେ ସିଙ୍ଗଲ୍ ସ୍କ୍ରିନ୍ ଥିବା ଫିଲ୍ମ ହଲ୍ ନିର୍ମାଣ କରିବାକୁ ଗୁରୁତ୍ୱ ଦିଆଯିବ। ଗାଁ ଗାଁରେ ମିଶନ୍ ଶକ୍ତି ମାଧ୍ୟମରେ ସିନେମାର ପ୍ରଚାର ପ୍ରସାର କରାଯିବା ନେଇ ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ପ୍ରସ୍ତାବ ଦେଇଛନ୍ତି।
ତେବେ ଏହି ବୈଠକ ପରେ ଏକ ନୂଆ କାହାଣୀ ସହ ସନଲିଶା ଦର୍ଶକଙ୍କୁ ଏଣ୍ଟରଟେନ୍ମେଣ୍ଟ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରଚାର କରିଥିଲେ । କିନ୍ତୁ ଗତକାଲି ଓଡିଆ ଇଣ୍ଡଷ୍ଟ୍ରିର ଏକ ଗ୍ରୁପ୍ରେ ଟୁଟୁ ନାୟକ,ପ୍ରଯୋଜକ ଜ୍ୟୋତି ଏବଂ ପ୍ରୀତମ୍ଙ୍କ ଏହି ବୈଠକରେ ଯୋଗଦେଇଥିବା ସଦସ୍ୟମାନଙ୍କୁ ଅସମ୍ମାନକର କଥା କହିଥିଲେ । ଯାହାକୁ ଗଣଧ୍ୟମ ସାମ୍ନାରେ ଖୋଲାଖୋଲି ଦେଖାଇଛନ୍ତି ପ୍ରଯୋଜିକା ସନଲିଶା । ସେ ଆଉ ମଧ୍ୟ କହିଛନ୍ତି ମୋ ଗୁରୁଜନ ଓ ମା ଭଳି ଲୋକଙ୍କୁ ଯିଏ ଅସମ୍ନାନ କରିବ ତାକୁ ମୁଁ ଛାଡିବି ନାହିଁ । ଏମାନେ ଓଡିଆ ନାଁରେ କଳଙ୍କ , ଟୁଟୁ ନାୟକ , ଜ୍ୟୋତି ଓ ପ୍ରୀତମଙ୍କ ଭଳି ଲୋକଙ୍କର ଗର୍ବ ଭଗବାନ ସହିବେନି । ତାଙ୍କ କର୍ମର ଦଣ୍ଡ ତାଙ୍କୁ ନିଶ୍ଚିତ ମିଳିବ ।….. ‘