ଓଡିଆ ଫିଲ୍ମ ପାଇଁ ମିଳୁନି ହଲ୍ ଚିନ୍ତାରେ ପ୍ରଯୋଜକ, ବାଧକ ସାଜୁଛନ୍ତି ଶାହରୁଖ ଖାନ୍
1 min readଭୁବନେଶ୍ୱର: ଆଗକୁ ଆସୁଛି ଦୁର୍ଗାପୂଜା । ଚିନ୍ତାରେ ପଡିଛନ୍ତି ଓଡିଆ ପ୍ରଯୋଜକ । କାରଣ ଓଡିଆ ସିନେମା ପାଇଁ ମିଳୁନି ହଲ । ସାରାବିଶ୍ୱରେ ରହିଛି ଫିଲ୍ମ ଜୱାନର କ୍ରେଜ ।ଏତିରୁ କିଭଳି ବାଦ ପଡିବ ଓଡିଶା । ଓଡିଆ ଫିଲ୍ମ ଉପରେ ବି ରାଜ କରୁଛି ଶାହରୁଖ ଅଭିନୀତ ଫିଲ୍ମ ଜୱାନ । ଏହି ଚଳଚ୍ଚିସତ୍ର ପାଇଁ ରିଲିଜ ହୋଇ ପାରୁ ନାହିଁ ଓଡିଆର ଗୋଟେବି ସିନେମା । ବର୍ତ୍ତମାନ ସୁଦ୍ଧା ୪ଟି ଫିଲ୍ମ ପ୍ରସ୍ତୁତ ସରିଥିବା ବେଳେ ଏପର୍ଯ୍ୟନ୍ତ ରିଲିଜ ହୋଇ ପାରୁନି । ଯାହାଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଡିଆ ଫିଲ୍ମ ପ୍ରଯୋଜକ । ଏସଆରକେଙ୍କ ଫିଲ୍ମ ଜୱାନର ଡିଷ୍ଟ୍ରିବ୍ୟୁସନ ଦାୟିତ୍ୱ ନେଇଥିବା ଡିଷ୍ଟ୍ରିବ୍ୟୁଟର ୩ ସପ୍ତାହ ପାଇଁ ଓଡିଶାର ସମସ୍ତ ସିନେମା ହଲ ସହିତ ଚୁକ୍ତି କରିଛନ୍ତି । ଯାହାଫଳରେ ଓଡିଆ ଚଳଚ୍ଚିତ୍ର ରିଲିଜ କରିବା ପାଇଁ ହଲ ମିଳି ପାରୁନି । ଏନେଇ ଓଡିଆ ପ୍ରଯୋଜକମାନେ ଅଭିଯୋଗ ଆଣିଛନ୍ତି ।
ଫିଲ୍ମ ଠିକ ସମୟରେ ରିଲିଜନେ ହେବାରୁ ସେମାନଙ୍କୁ କ୍ଷତି ସହିବାକୁ ପଡୁଛି । ପୁଣି ଏବେ ଆଗ ଅପେକ୍ଷା ଓଡିଶାରେ ହଲ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଯଦି ଗୋଟିଏ ଫିଲ୍ମ ପାଇଁ ସମସ୍ତ ହଲକୁ ବୁକ କରାଯିବ ତବେ ଆଗକୁ ଓଡିଆ ଫିଲ୍ମ ରିଲିଜ ହେବ କେମିତି? ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଓଡିଆ ପ୍ରଯୋଜକ । ତେବେ ପୂର୍ବରୁ ଯେଉଁ ନିୟମ ଥିଲା ଅର୍ଥାତ ଓଡିଆ ଫିଲ୍ମକୁ ୭ସପ୍ତାହ ସ୍କ୍ରିନ ମିଳିବ । ସେହି ନିୟମକୁ କଡାକଡି କରିବା ପାଇଁ ସରକାରଙ୍କୁ ପ୍ରଯୋଜକ ମାନେ ଅନୁରୋଧ କରିଛନ୍ତି । ଯିଏ ନିୟମ ଭାଙ୍ଗିବ ସେମାନଙ୍କପ୍ରତି କଡା କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ବୋଲି ଫିଲ୍ମ ପ୍ରଯୋଜକ ଦାବି କରିଛନ୍ତି ।
ଦୁର୍ଗା ପୂଜାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଓଲିଉଡ ଇଣ୍ଡଷ୍ଟ୍ରି ବି ମଧ୍ୟ ପ୍ରସ୍ତୁତ ଅଛନ୍ତି । ପୂଜା ଉପଲକ୍ଷେ ପାରଦାକୁ ଅନେକ ଦମଦାର କାହାଣୀ ଆସିବାକୁ ଯାଉଛି । ଯେଉଁଥିରେ ଅନୁଭବ ଏବଂ ଅରିନ୍ଦମ ଙ୍କ ଯୋଡି ରହିଥିବା ବେଳେ ବାବୁଶାନ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଫିଲ୍ମ ମଧ୍ୟ ତାଲିକାରେ ରହିଛି । ଓଡିଆର ଚାହିଦା କମୁଥିବା ବେଳେ ଭଲ ଭଲ ଫିଲ୍ମ କରିବାକୁ ପ୍ରଯୋଜକ ମାନେ ଅଣ୍ଟା ଭିଡିଛନ୍ତି । ତେବେ ହଲରେ ଅଧିକ ଦିନ ବଲିଉଡ ଫିଲ୍ମର ରାଜ ଚାଲିଲେ ଓଡିଆ ଇଣ୍ଡଷ୍ଟ୍ରିକୁ ଅନେକ କ୍ଷତି ସହିବାକୁ ପଡୁଛି ।