Pratidin TV

Odisha's Digital News Platform

ଖଣ୍ଡୁଆ ପାଟ ଶାଢ଼ୀ ପିନ୍ଧି ପୁଣିଥରେ ବିଦେଶ ରେ ଦୌଡିଲେ ଓଡ଼ିଆ ଝିଅ ମଧୁସ୍ମିତା ଜେନା ..

1 min read

ଶାଢ଼ୀରେ ମାରାଥନ ଦୌଡ  । ଏବେ ପୁଣିଥରେ  ଓଡ଼ିଆ ଝିଅଙ୍କ ପାଇଁ ଚର୍ଚ୍ଚାରେ ଓଡ଼ିଶାର ସମ୍ବଲପୁର ଶାଢ଼ୀ   । ଓଡିଆ ବର୍ଣ୍ଣମାଳା ଖଚିତ ଖଣ୍ଡୁଆ ପାଟ ଶାଢୀ ପିନ୍ଧି ବର୍ଲିନ୍ ରେ ମାରାଥନରେ ଅଂଶଗ୍ରହଣ କରି ଏବେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି  ମଧୁସ୍ମିତା ଜେନା । ଶାଢ଼ୀ ପିନ୍ଧି ଦୌଡିବା ଅସମ୍ଭବ ଲାଗୁଥିଲେ ବି ସେ  ପିନ୍ଧି 49.5 କିଲୋମିଟର ମାରାଥନକୁ 4 ଘଣ୍ଟା 50 ମିନିଟରେ ସଫଳତାର ସହ ପୂର୍ଣ୍ଣ କରିଥିଲେ ।କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଦେଶ ମାଟିରେ ସମ୍ବଲପୁର ଶାଢ଼ୀ ପରେ ଖଣ୍ଡୁଆ ଶାଢୀ ପିନ୍ଧି ମାରାଥନ ମୈଦାନକୁ ଓହ୍ଲାଇଥିଲେ ପ୍ରବାସୀ ଓଡ଼ିଆ ମଧୁସ୍ମିତା ଜେନା । ବ୍ରିଟେନର ମଞ୍ଚେଷ୍ଟରରେ ମଧୁସ୍ମିତା ଜେନା ରୁହନ୍ତି ।

ବର୍ଲିନରେ ଆୟୋଜିତ ବର୍ଲିନ ମାରାଥନ 2024ରେ ଅଂଶଗ୍ରହଣ କରିଥିଲେ ମଧୁସ୍ମିତା । ସବୁଠାରୁ ବଡ଼ କଥା ହେଲା, ସେ ଖଣ୍ଡୁଆ ପାଟ ଶାଢ଼ୀ ପିନ୍ଧି ମୈଦାନକୁ ଓହ୍ଲାଇଥିଲେ । ଏହାଥିଲା ମଧୁସ୍ମିତାଙ୍କ 40 ତମ ମାରାଥନ ଦୌଡ । ଏହି ମାରାଥନକୁ ମଧୁସ୍ମିତା 4 ଘଣ୍ଟା 16 ମିନିଟରେ ସଫଳତାର ସହିତ ପୂର୍ଣ୍ଣ କରିଥିଲେ । ସେ ବର୍ଲିନ ମାରାଥନକୁ, ଇଂଲଣ୍ଡ ମାଞ୍ଚେଷ୍ଟର ମାରାଥନ ଦୌଡଠାରୁ 34 ମିନିଟ କମ୍ ସମୟ ନେଇ ପୂର୍ଣ୍ଣ କରିଛନ୍ତି । ମାଞ୍ଚେଷ୍ଟର ମାରାଥନରେ ସେ ସମ୍ବଲପୁର ଶାଢୀ ପିନ୍ଧି ୪୨.5 କିଲୋମିଟର ମାରାଥନକୁ ୪ ଘଣ୍ଟା ୫୦ ମିନିଟରେ ସଫଳତାର ସହ ପୂର୍ଣ୍ଣ କରିଥିଲେ ।

Advertisement

କ୍ରୀଡ଼ା ସହିତ ଓଡ଼ିଶାର ଅପୂର୍ବ କାରିଗରିକୁ ପ୍ରଦର୍ଶନ କରିବାର ଏକ ନିଆରା ପ୍ରୟାସ । ମାରାଥନ ସମୟରେ ମଧୁସ୍ପିତାଙ୍କ ଶାଢ଼ୀ ସଭିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଦେଶର କଳା, ସଂସ୍କୃତିକୁ ଉପସ୍ଥାପନା କରିବାର ଏହି ପ୍ରୟାସକୁ ସଭିଏଁ ପ୍ରଶଂସା କରିଥିଲେ । ଖଣ୍ଡୁଆ ପାଟ ଶାଢ଼ୀରେ ଲମ୍ବା ମାରାଥନକୁ ପୂର୍ଣ୍ଣ କରିଥିବାରୁ ନିଜକୁ ଗର୍ବ ଅନୁଭବ କରୁଥିବା ମଧୁସ୍ମିତା ସୋସିଆଲ ମିଡିଆରେ ଲେଖି ସେୟାର କରିଛନ୍ତି ।

ଖଣ୍ଡୁଆ ଏକ ଉତ୍କଳୀୟ ବାନ୍ଧ କଳା । ସାରା ବିଶ୍ବରେ ଏହାର ଚାହିଦା ରହିଛି ଟସର ସୂତାରେ ହସ୍ତଚାଳିତ ତନ୍ତ ଦ୍ବାରା ଖଣ୍ଡୁଆ ବସ୍ତ୍ର ବୁଣାଯାଏ । ବସ୍ତ୍ର ଉପରେ ପଶୁ-ପକ୍ଷୀ ବୃକ୍ଷ-ଲତା ଦେବତା-ମନ୍ଦିର ଆଦିର ସୁନ୍ଦର ଚିତ୍ର କରାଯାଏ । ଏହି ବସ୍ତ୍ରରେ ମୁଖ୍ୟତଃ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇଥାଏ । ବିବାହ ବେଳେ ବ୍ୟବହୃତ ଖଣ୍ଡୁଆ ପାଟ ବୁଣିବା ପାଇଁ ଲାଲ ବା କମଳା ରଙ୍ଗ, ଶାଳଗଛରୁ ସଂଗ୍ରହ କରାଯାଇଥାଏ । କଟକର ମାଣିଆବନ୍ଧ ଓ ନୂଆପାଟଣା ଖଣ୍ଡୁଆ ଓ ଖଣ୍ଡୁଆ ପାଟ ପାଇଁ ପ୍ରସିଦ୍ଧ ।

Leave a Reply

Your email address will not be published. Required fields are marked *