Pratidin TV

Odisha's Digital News Platform

ମୁମ୍ବାଇରେ ଚମକିଲେ ଓଡିଆ ଝିଅ : ହକି ବିଶ୍ୱକପ୍‌ର ଉଦଘାଟନ ଗୀତ ଗାଇବେ ଓଡିଆ ଆଦିବାସୀ ଝିଅ ‘ନମିତା’

1 min read

ଭୁବନେଶ୍ୱର : ପୁଣି ରାଜ୍ୟ ବାହାରେ ଚମକିଲେ ଓଡିଆ ଝିଅ । ଅନନ୍ୟା ଶ୍ରୀତମ ନନ୍ଦଙ୍କ ପରେ ଏବେ ସମଗ୍ର ଓଡିଆବାସୀଙ୍କୁ ଗର୍ବିତ କରିଛନ୍ତି ‘ନମିତା ମେଲେକା’ । ହକି ବିଶ୍ୱକପ୍ ଉଦ୍‌ଘାଟନୀ ସମାରୋହରେ ଗୀତ ଗାଇବା ପାଇଁ ବଲିଉଡ୍ ସଂଗୀତ ନିର୍ଦ୍ଦେଶକ ପ୍ରୀତମ୍‌ଙ୍କ ପକ୍ଷରୁ ଏହି ସୁଯୋଗ ପାଇଛନ୍ତି ନମିତା ।

namita meleka

ତେବେ ନମିତା କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳର ଝିଅ । ଏକ ଆଦିବାସୀ ଅଧ୍ୟୁସିତ ଅଞ୍ଚଳରୁ ମୁମ୍ବାଇ ଯାତ୍ରା ତାଙ୍କ ପାଇଁ ଏକ ବଡ ସ୍ୱପ୍ନ ବୋଲି ସେ ଗଣମାଧ୍ୟମ ଆଗରେ ନିଜ ଖୁସି ବ୍ୟକ୍ତ କରି କହିଛନ୍ତି । ନିକଟରେ ନମିତା ନିଜ ବାପା ଏବଂ ସମ୍ପର୍କୀୟ ଭାଇଙ୍କ ସହ ମୁମ୍ବାଇ ଯାଇ ଗୀତ ରେକର୍ଡ କରି ଫେରିଛନ୍ତି । ୧୧ ଜାନୁଆରୀ ୨୦୨୩ ରେ ହେବାକୁ ଥିବା ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବରେ ନମିତାଙ୍କ ଗୀତ ଶୁଣିବାକୁ ମିଳିବ ।

Advertisement

ଏନେଇ ନମିତା କହିଛନ୍ତି ଯେ ମୁଁ ଏନେଇ ବହୁତ ଖୁସି। ଯେଉଁମାନେ ମୋତେ ଏହି ସୁଯୋଗ ଦେଇଛନ୍ତି, ସେମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ମୋତେ ଏହି ଅଫର୍ ଦିଲ୍ଲିପ ତିର୍କୀ ସାର୍ ଦେଇଥିବା ମୁଁ ଶୁଣିଛି। ସେଥିପାଇଁ ଦିଲ୍ଲିପ ସାର୍ଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ମୁଁ ଏଭଳି ମଞ୍ଚରେ ଗୀତ ଗାଇବି ବୋଲି ସ୍ୱପ୍ନରେ ବି ଭାବିନଥିଲି। ଏହି ଗୀତଟି ଦର୍ଶକ ଓ ଲକ୍ଷ ଲକ୍ଷ ଶ୍ରୋତାଙ୍କ ସରପ୍ରାଇଜ୍ ପାଇଁ ଅଛି।

Leave a Reply

Your email address will not be published. Required fields are marked *