Pratidin TV

Odisha's Digital News Platform

ରାଜଧାନୀରେ ଓଡିଆ ଯୁବତୀଙ୍କୁ କୁକର୍ମ ଘଟଣା , ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା ନେବେ ଆକ୍ସନ ….

1 min read

ନୂଆଦିଲ୍ଲୀ ; ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ କୁକର୍ମ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ କରି ଘଟଣାର ବିଭିନ୍ନ ଦିଗ ସର୍ମ୍ପକରେ ସମୀକ୍ଷା କରିଛନ୍ତି । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା, ସୁସ୍ଥତା ଓ ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା ତଦନ୍ତର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।

ତେବେ ଏହାପରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା( ଓଏ, ଉଇଡ ଌ ଉଡ) ଏସ. ସାଇନି ଏହି ମାମଲାର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ସେହିଭଳି ପୀଡିତା ଗୁରୁତର ଅବସ୍ଥାରେ ଏମସ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ , ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ପୀଡିତାଙ୍କ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Advertisement

ସମୃକ୍ତ ମାମାଲାରେ ଯଥାଶୀଘ୍ର କିଭଳି ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଆକ୍ସନ ନିଆଯିବ ସେଥିପ୍ରତି ଓଡିଶା ପୋଲିସର ବରିଷ୍ଠ ପୋଲିସ ଅଧିକାରୀଗଣ ଦିଲ୍ଲୀ ପୋଲିସ ସହ ଯୋଗାଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *