ଜିତିଲା ନାରୀ ଶକ୍ତି , ଖୁସିରେ କାନ୍ଦିଲେ ସନଲିଶା କହିଲେ ଖୁବଶୀଘ୍ର ଆସିବ ଏକ ନୂଆ….
1 min readଭୁବନେଶ୍ୱର ; ଦୀର୍ଘ ଦିନର ଧାରଣା ପରେ ପୂର୍ଣ୍ଣ ହୋଇଛି ଓଡିଆ ପ୍ରଯୋଜିକା ସନଲିଶାଙ୍କ ଦାବି । ଓଡିଆ ସିନେମାକୁ ବଞ୍ଚାଇବା ଅଭିଯାନ ଶେଷରେ ସଫଳ ହୋଇଛି । ଆଗକୁ ଓଡିଆ ସିନେମାକୁ ହଲ୍ ମିଳିବା ସହ ଓଡିଆ ସିନେମାକୁ ଯଥା ସ୍ଥାନ ମିଳିବ । ସରକାରଙ୍କ ଚିଠି ପରେ ଏକ ତ୍ରିପିଲ ପି ଯୋଜନାକୁ ଆରମ୍ଭ କରାଯିବ । ଏହା ସହ ଓଡିଆ ସିନେମାକୁ ହଲ୍ ଗୁଡିକରେ ସ୍ଥାନ ନମିଳିବା ଭଳି ଅନେକ ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶଋତି ମିଳିଛିା ତେବେ ସନଲିଶାଙ୍କ ଏତେ ଦିନର ପରିଶ୍ରମ ଶେଷରେ ଫଳ ଆଣିଛି । ଏକା ସନଲିଶା ନୁହଁ ବରଂ ପୁରା ଓଡିଆ ଇଣ୍ଡଷ୍ଟ୍ରିକୁ ନ୍ୟାୟ ମିଳିଛିା ଦିନେ ଏକାକି ରାସ୍ତା ଉପରେ ନ୍ୟାୟ ଦାବିରେ ଛିଡା ହୋଇଥିଲେ ଆଉ ଆଜି ପୁରା ଓଡିଆ ଇଣ୍ଡଷ୍ଟ୍ରି ତାଙ୍କ ସାଙ୍ଗରେ ଛିଡା ହୋଇଛି ।