Pratidin TV

Odisha's Digital News Platform

ଦେଶପାଇଁ ଜୀବନ ଦେଲେ ଓଡିଆ ଯବାନ ଦୀପକ୍ ,କେନ୍ଦ୍ରୀୟ ପୋଲିସବାହିନୀ ଓ ସୁନ୍ଦରଗଡ ପୋଲିସ ଦେଲା ଗାର୍ଡ ଅଫ୍ ଅନର୍ …..

1 min read

ରାଜଗାଙ୍ଗପୁର ; କାନ୍ଦୁଛି ଗାଁ କାନ୍ଦୁଛି ଜନ୍ମମାଟି । ଗାଁର ସମସ୍ତଙ୍କ ଆଖିରେ କେବଳ ଲୁହର ବନ୍ୟା । ସେପଟେ ଏକମାତ୍ର ପୁଅର ଫେରିବା ବାଟକୁ ଚାହିବସିଛି ମାଁ । କାହିଁକିନା ଦେଶପାଇଁ କାମ କରିବାକୁ ପୁଅକୁ ଅତି ଗବ୍ରର ସହ ପଠାଇଥିଲା ମା ଆଉ ଆଶା କରିଥିଲା ପୁଅ ଭଲରେ ଭଲରେ ଫେରିବ ବୋଲି । କିନ୍ତୁ ମାର ସବୁ ମାନସିକ ସବୁ ବ୍ରତ ଓଷା ପଡିଗଲା ଫିକା । ଦେଶ ପାଇଁ ଲଢୁ ଲଢୂ ଟଳିପଡିଲେ ବୀର ଯବାନ୍ ଦୀପକ କୁମାର ଟେଟେ ।

ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଗାଁ ମସାଣିରେ ବର୍ତ୍ତମାନ ସହିଦ ଦୀପକ କୁମାର ଟେଟେଙ୍କର ପାର୍ଥିବ ଶରୀର । କୁତ୍ରା ବ୍ଲକ ଗଙ୍ଗାଜଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖୁରାପାଲି ଗ୍ରାମର ଦୀପକ କୁମାର ଟେଟେ (୩୩) ଇଣ୍ଡୋ ତିବ୍ବତ ସୀମାନ୍ତ ପୁଲିସବାହିନୀରେ କାର୍ଯ୍ୟରତ ଥିବାବେଳେ ଗତ ସୋମବାର ଛତିଶଗଡର ରାଏପୁରଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ସହିଦର ମାନ୍ୟତା ପ୍ରଦାନ କରାଯାଇଛି ରାଏପୁରରେ ତାଙ୍କୁ ଆଇଟିବି ପୁଲିସ ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ପରେ ତାଙ୍କ ଗାଁମାଟି ଖୁରାପାଲିକୁ ତାଙ୍କ ପାର୍ଥିବ ଶରୀରକୁ ପଠାଯାଇଥିଲା । ଜଣେ କମାଣ୍ଡାଣ୍ଟ, ଜଣେ ପୁଲିସ ଇନ୍ସପେକ୍ଟର ଓ ୧୪ ଜଣିଆ ଆଇଟିବି ଯବାନ ମୃତଶରୀରକୁ ସୁରକ୍ଷାଦେଇ ଆଣିଥିଲେ । ଗାଁରେ ପହଞ୍ଚିଥିଲା ଦୀପକଙ୍କ ପାର୍ଥିବ ଶରୀର ଏବଂ ତାପରେ ମାଁ ବଲାମଦିନା ଟେଟେ (୬୦)ଙ୍କ ପାଟିରୁ ଆଉ କଥା ବାହାରୁନାହିଁ । ଯବାନ ପୁଅକୁ ନିରବ ଦେଖି ନିଜେବି ନୀରବି ଯାଇଛନ୍ତି ମା । ଛଳଛଳ ଆଖିରେ ଗାଁର ପୁଅକୁ ବିଦାୟ ଦେଇଛନ୍ତି ଗ୍ରାମବାସୀ ।

Advertisement

ସହିଦଙ୍କ ପାର୍ଥିବ କଫିନ ସାମ୍ନାରେ ପ୍ରଥମେ ତାଙ୍କ ଧାର୍ମିକ ରିତିନିତି ଅନୁଯାଇ ବିନତି ପ୍ରାର୍ଥନା କରାଯାଇ ଜଣେପରେ ଜଣେ ଆସି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପରେ ପୁଲିସ ବାହୀନୀ ତରଫରୁ ସାଲୁଟ ଜଣାଇ କାନ୍ଧରେ କଫିନନେଇ ଦେଶ ଭକ୍ତି ଗୀତରେ ଶହଶହ ଲୋକଙ୍କ ସହିତ ଗ୍ରାମ ପରିକ୍ରମା କରିଥିଲା । ଏହି ସମୟରେ ତାଙ୍କଘର ନିକଟରେ ଥିବା ଖୁରାପାଲି ପ୍ରଥମିକ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମଧ୍ୟ ସାଲୁଟ ଜଣାଇ ପୁଷ୍ପ ବୃଷ୍ଟି କରିଥିଲେ । ପରେ ଶ୍ମଶାନ ରେ ପାର୍ଥିବ ଶରୀର ରଖି ପ୍ରଥମେ କେନ୍ଦ୍ରୀୟ ପୁଲିସବାହିନୀ ତରଫରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରିଥିଲେ ପରେ ପରେ ସୁନ୍ଦରଗଡ ଜିଲ୍ଲା ପୁଲିସ ବାହିନୀ ତରଫରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇ କେନ୍ଦରୀୟ ପୁଲିସବାହିନୀ ତରଫରୁ ତାଙ୍କ ମାଁକୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା। ଶେଷରେ ଧାର୍ମିକ ରିତିନିତିରେ କବର ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣକରାଯାଇଥିଲା। ବଲାମଦିନା ଟେଟେ (୬୦)ଙ୍କ ବଡ ପୁଅ ଦୀପକ କୁମାର ଟେଟେ ପରିବାରର ଏକମାତ୍ର ରୋଜଗାରିଆ ପୁଅ ।

Leave a Reply

Your email address will not be published. Required fields are marked *