Pratidin TV

Odisha's Digital News Platform

ଆଜି ଜନ୍ମମାଟି ଗୋପ ମଲ୍ଲଗାଁରେ ପହଞ୍ଚିବ ବୀର ଯବାନ ପ୍ରତାପ ରଞ୍ଜନଙ୍କ ମରଶରୀରର….

ଗୋପ ; ପୁରୀ ଜିଲ୍ଲା ଗୋପ ବ୍ଲକ ଅଧିନସ୍ତ ବଡ଼ତରା ପଞ୍ଚାୟତ ଅନ୍ତର୍ଗତ ମଲ୍ଲଗ୍ରାମ ପ୍ରତାପ ରଞ୍ଜନ ପରିଡା ( ବଗୁଲି ) ସହୀଦ ଖବର ଶୁଣି ସମଗ୍ର ବଡତାର ପାଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ପ୍ରତାପ ବି ଏସ ଏଫ ରେ ହାବିଲଦାର ଭାବେ ମେଘାଳୟର ସରିଓ ଠାରେ କାର୍ଯ୍ୟରତ ସମୟରେ ସହୀଦ ହୋଇଥିବା କଥା ଶୁଣି ତାଙ୍କ ଗାଁ ଓ ସମଗ୍ର ଗୋପ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।

ପ୍ରତାପ ମେଘାଳୟର ସରିଓ ଠାରେ ଭାରତୀୟ ସୀମା ସୁରକ୍ଷା ବାହିନୀ ରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ଗୋଟେ ପୋଷ୍ଟରୁ ଅନ୍ୟ ଏକ ପୋଷ୍ଟକୁ ଯାଉଥିବା ସମୟରେ ଏକ ଖାଇ ବା ଖାଲ ରେ ପଡ଼ି ଯାଇଥିଲେ। ଯାହାଫଳରେ କି ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା ବୋଲି ଘର ଲୋକଙ୍କୁ ଫୋନ ମଧ୍ୟରେ ଜଣାଇଛନ୍ତି । ପାଖରେ ଫୋନ ନଥିବା ହେତୁ କାହାକୁ ସାହାଯ୍ୟ ମାଗିପାରିନଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅନୁପସ୍ଥିତିକୁ ନେଇ ଖୋଜ ଖବରରୁ ଜଣାପଡିଲା ଯେ ଏକ ଖାଲ ରେ ପଡିଛନ୍ତି । ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ତାଙ୍କ ଘର ଲୋକଙ୍କୁ ଖବର ଦିଆଯାଇଥିଲା ।

ସେ ତିନିଭାଇ ମଧ୍ୟରୁ ବଡ଼ ଭାଇ ସିଆରପିଏଫ ରେ କାର୍ଯ୍ୟରତ ଅଛନ୍ତି। ସାନଭାଇର ଗତ ଦୁଇବର୍ଷ ତଳେ ଏକ ସଡ଼କ ଦୃଘଟଣା ମୃତ୍ୟୁ ହୋଇଥିଲା । ଘରେ ତାଙ୍କର ଗୋଟେ ଝିଅ ଆଉ ଗୋଟେ ପୁଅ ଅଛନ୍ତି । ଏହି ଖବର ଗତକାଲି ରାତିରେ ଘର ଫୋନ କୁ ଫୋନ କରି ତାଙ୍କ ବିଭାଗୀୟ ଅଧିକାରୀ ଜଣାଇଥିଲେ । ଖବର ଶୁଣି ବଡ଼ ଭାଇ ଛତିଶଗଡରୁ ଆସି ଗାଁ ରେ ପହଂଚିଛନ୍ତି । ସମଗ୍ର ପଞ୍ଚାୟତ ରେ ଏବେ ଶୋକ ର ଛାୟା ଖେଳିଯାଇଛି । ରବିବାର ଦିନ ତାଙ୍କ ମରଶରୀର
ଗାଁ କୁ ଆସିବା ପରେ ରାଷ୍ଟ୍ରୀୟ ମର୍ଯ୍ୟ।ଦା ସହକାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଖବର ମିଳିଛି ।

Leave a Reply

Your email address will not be published. Required fields are marked *