Pratidin TV

Odisha's Digital News Platform

କମାଲ୍ କଲେ ଓଡ଼ିଆ ଝିଅ ; ବନିଲେ ‘୨୦୨୩ ମିସେସ ଇଣ୍ଡିଆ ଫେସନ ଆଇକନ୍ ‘

1 min read

ରାଜଗାଙ୍ଗପୁର : ପୁଣି ଓଡିଶାର ନାଁକୁ ଉଚ୍ଚତମ ଶିଖରରେ ପହଞ୍ଚାଇଲେ ଓଡିଆ ଝିଅ । ଓଡିଶା ପାଇଁ ସାଉଁଟିଲେ ଗର୍ବ ଓ ଗୌରବ । ୨୦୨୩ ମିସେସ ଇଣ୍ଡିଆ ଲେଗେସି ଫେସନ ଆଇକନ୍ ବନିଲେ ରାଜଗାଙ୍ଗପୁର ଲାଇଙ୍ଗର ଝିଅ ଡ଼ଃ. ଲୋପାମୁଦ୍ରା ସାହୁ ।

ସୂଚନାଯୋଗ୍ୟ ଯେ ଲୋପା ପେଶାରେ ଜଣେ ଡାକ୍ତରାଣୀ ହୋଇଥିବା ବେଳେ ତାଙ୍କର ଆଉ ଏକ ରୁଚି ଥିଲା ଫ୍ୟାଶନ ଡିଜାଇନ ରେ । ଏନେଇ ସେ ଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ ଫେସନ ଡିଜାଇନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅନେକ ପର୍ଯ୍ୟାୟ ଓ କଠିନତାକୁ ସାମ୍ନା କରି ଗତକାଲି ସେ ୨୦୨୩ ମିସେସ ଇଣ୍ଡିଆ ଲେଗେସି ଫେସନ ଆଇକନ୍ ଭାବେ ସୁନାମ ଅର୍ଚ୍ଚନ କରିଛନ୍ତି । ତେବେ ଆଜି ଲୋପାଙ୍କ ଓଡିଶା (ରାହଗାଙ୍ଗପୁର) ନିଜ ଗାଁ ମାଟିକୁ ଫେରିଥିବା ବେଳେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

Advertisement

ପେଶାରେ ସେ ଜଣେ ଭଲ ଡାକ୍ତର ହୋଇଥିଲେ ମଧ୍ୟ ତାଙ୍କର ଫ୍ୟାସନ ଡିଜାଇନରେ ଅହେତୁକ ରୁଚି ଦେଖି ପରିବାର ମଧ୍ୟ ତାଙ୍କୁ ଏ ଦିଗରେ ଉତ୍ସାହିତ କରିଥିଲେ । ରାଜଗାଙ୍ଗପୁର ଭଳି ଏକ ଅଞ୍ଚଳରୁ ଯାଇ ରାଜ୍ୟ ତଥା ଜିଲ୍ଲାକୁ ଗୌରବନୀତ କରିଛନ୍ତି ଲୋପା । ବାପା, ମାଆ ଓ ପରିବାର, ସମ୍ପର୍କୀୟ ସମସ୍ତେ ତାଙ୍କର ଏହି କୃତିତ୍ୱରେ ବହୁତ ଖୁସି ହୋଇଛନ୍ତି । ଏବଂ ସେ ନିଜେ ମଧ୍ୟ ଏଭଳି ଏକ ପ୍ରତିଯୋଗିତା ଜିତି ନିଜକୁ ଧନ୍ୟ ମନେ କରିଛନ୍ତି । ସାରା ଦେଶରେ ୩୦ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ସମସ୍ତଙ୍କୁ ପଛରେ ପକାଇ ସେ ଆଜି ଏହି ମୁକୁଟ ପିନ୍ଧିଛନ୍ତି । ପିଲା ଦିନରୁ ପାଠ ପଢୁଥିଲେ ଡାକ୍ତର ହେବାପାଇଁ କିନ୍ତୁ ପିଲା ଦିନରୁ ନିଶା ମଧ୍ୟ ଥିଲା ଫେସନ ଡିଜାଇନପାଇଁ , ବାପା ମାଆଙ୍କ ପ୍ରେରଣା ଓ ସ୍ୱାମୀଙ୍କ ସହଯୋଗରେ ଆଜି ସେ ଏଠି ପହଂଚି ପାରିଛନ୍ତି ବୋଲି କହିଛନ୍ତି । ବାପା ମାଆ ଝିଅର ଏହି ସଫଳତା ରେ ବେସ୍ ଖୁସି ଅଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *