Pratidin TV

Odisha's Digital News Platform

ଜୀବନ ହାରିଲେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ , ଝୁଲାନ୍ତା ଅବସ୍ଥାରେ ମିଳିଲା ମୃତଦେହ

1 min read

ବଲାଙ୍ଗୀର : ବଲାଙ୍ଗୀର ସହର ସୁଦପଡା ଠାରେ ଜଣେ ଯୁବତୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ରୁଚିସ୍ମିତା ସୁଦପଡା ସ୍ଥିତ ତାଙ୍କର ମାମୁ ଘରେ ରହୁଥିଲେ ।

https://www.instagram.com/p/CopNWA0hY5C/?utm_source=ig_web_copy_link

ରବିବାର ଅପରାହ୍ନ ରେ ପରିବାର ଲୋକେ ସମସ୍ତେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ରୁଚିସ୍ମିତା ଘରେ ଥିଲେ । ଅପରାହ୍ନ ୩/୪ ଟା ସମୟରେ ଫେରି ଦେଖିଲା ବେଳକୁ ତାଙ୍କର କୋଠରୀ ଭିତର ପଟୁ କବାଟ ଦିଆହୋଇଥିଲା । ବାରମ୍ବାର ଡାକିବା ପରେ ବି ରୁଚିସ୍ମିତା କିଛି ଉତ୍ତର ନଦେବାରୁ ମାମୁ ଘର ଲୋକେ ତାଙ୍କର ମାଆ ଙ୍କୁ ଡାକିଥିଲେ । ସେ ଘରେ ପହଞ୍ଚି ଦେଖନ୍ତି ତ ରୁଚିସ୍ମିତା ଙ୍କ ମୃତଦେହ ଝୁଲନ୍ତା ଅବସ୍ଥା ରେ କୋଠରୀ ଭିତରେ ରହିଛି । ଏନେଇ ଖବର ପାଇବା ପରେ ବଲାଙ୍ଗୀର ଟାଉନ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ରୁଚିସ୍ମିତା କାହିଁକି ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କଲେ ତାହା ଜଣାପଡ଼ିନାହିଁ। ପୁଲିସ ଘଟଣା ର ଛାନ୍ ଭିନ ଆରମ୍ଭ କରିଛି ।

Advertisement
https://www.instagram.com/reel/ChXkyu3hDz_/?utm_source=ig_web_copy_link

ତେବେ ରୁଚି ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ ସହ ଅନେକ ସମ୍ବଳପୁରୀ ଗୀତରେ ସେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଥିଲେ । ଆଲବମ୍ ଅଭିନେତ୍ରୀ ହେବା ସହ ସେ ଜଣେ କଣ୍ଠଶିଳ୍ପୀ ଭାବେ ବେଶ ଆଦୃତି ଲାଭ କରିଥିଲେ ।

https://www.instagram.com/p/CbQF6j3BiGi/?utm_source=ig_web_copy_link
https://www.instagram.com/reel/ChxQp6PhxOy/?utm_source=ig_web_copy_link

Leave a Reply

Your email address will not be published. Required fields are marked *