Pratidin TV

Odisha's Digital News Platform

ଅକ୍ଟୋବର ୬ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚିତ୍ର “କାଇଁଚମାଳି “

କଟକ : ଅକ୍ଟୋବର ୬ ରେ ମୁକ୍ତିଲାଭ କରିବ ଓଁକାର ପ୍ରଡ଼କସନ ଓ ମହେଶ ହାଜରାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚିତ୍ର “କାଇଁଚମାଳି “। ଗାଁ ମାଟିର ପାଣିପବନ, ଓଡ଼ିଆ ସଂସ୍କୃତି, ପରିବାରର ସମ୍ପର୍କ, ପଖାଳ କଂସା, ଆଉ ଶାଗ ଭଜାର ବାସ୍ନାକୁ ନେଇ ତିଆରି ହେଇଛି “କାଇଁଚମାଳି” କାହାଣୀ । ଧାରାବାହିକ ଓ ଯାତ୍ରା ଦ୍ବାରା ଓଡ଼ିଶାର ଘରେ ଘରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବ ନିର୍ଦ୍ଦେଶକ ମହେଶ୍ ହାଜରା କାଇଁଚମାଳି ଜରିଆରେ ପ୍ରଥମ ଥର ପାଇଁ ଚଳଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି ।

ସମସ୍ତଙ୍କର ଦୃଢ଼ ଆଶା, ନିଜର ବଳିଷ୍ଠ ନିର୍ଦ୍ଦେଶନା ମାଧ୍ୟମରେ ମହେଶ “କାଇଁଚମାଳି ” ଚଳଚିତ୍ରକୁ ଓଡିଶାର ସବୁ ଦର୍ଶକଙ୍କ ଗଳାର କାଇଁଚମାଳି ନିଶ୍ଚୟ କରିବେ । ଓଡିଶାର ଅଗଣିତ ଦର୍ଶକଙ୍କୁ ମନୋରଞ୍ଜନ ଯୋଗେଇ ଦେବା ଲକ୍ଷ୍ୟରେ ପ୍ରଥମ ଥର ପାଇଁ ପ୍ରଯୋଜକ ଭାର ନିଜ କାନ୍ଧରେ ନେଇଛନ୍ତି  ଯୁବ ପ୍ରଯୋଜକ ସତ୍ୟଜିତ ବାଗ । ସିନେମାଟୋଗ୍ରାଫି ଦାୟିତ୍ବରେ ଅଛନ୍ତି ରବୀନ୍ଦ୍ର ବେହେରା । ନିଜ ସୁମଧୁର ସଂଗୀତ ମାଧ୍ୟମରେ ଦର୍ଶକଙ୍କୁ ଝୁମେଇବେ ବୈଦ୍ୟନାଥ ଦାଶ । ଚିତ୍ରନାଟ୍ୟ ଓ ସଂଳାପ ବିଶ୍ବଭୂଷଣ ମିଶ୍ର ଏବଂ ସମ୍ପାଦନାର ଗୁରୁ ଦାୟିତ୍ୱ ବହନ କରିଛନ୍ତି ରାଜେଶ ଦାଶ । କାଇଁଚମାଳି ଚଳଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ସୁଭାଶିଷ ଶର୍ମା, ସୁପ୍ରିୟା ନାୟକ, ନମ୍ରତା ଥାପା ଏବଂ ଦୁଷ୍ମନ୍ତ ପଣ୍ଡା ।

ବରିଷ୍ଠ କଳାକାର ମଧ୍ୟରେ ଅଶ୍ରୁମୋଚନ ମହାନ୍ତି, ପ୍ରିୟଙ୍କା ମହାପାତ୍ର, ଅଶୋକ ଦାଶ, ମନୀଷା ମିଶ୍ର, ଦୈତାରୀ ପଣ୍ଡା , ପିୟୁଷ ତ୍ରିପାଠୀ, ଉଦିତଗୁରୁ ମହାପାତ୍ର, କାଳିଚରଣ, ଦେବାଶିଷ ଦାଶ, ଅନିତା, ବୀର, ସୁବାଶିନୀ, ଆୟଶା,ଅର୍ପଣ, ସିପୁନା, ପ୍ରତାପ, ବ୍ରଜ ସିଂ, ଏବଂ ରବି । ଚଳିତ ମାସ ଅକ୍ଟୋବର ମାସ ୬ ତାରିଖରେ କାଇଁଚମାଳି ଚଳଚିତ୍ର ପ୍ରେକ୍ଷାଳୟ ରେ ମୁକ୍ତି ଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *