Pratidin TV

Odisha's Digital News Platform

ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ହାତେଇ ଓଡିଆ ଫିଲ୍ମ ଜଗତ ପାଇଁ ଗର୍ବ ଆଣିଲା ‘ପ୍ରତୀକ୍ଷା’…

1 min read

ଓଡିଆ ଇଣ୍ଡଷ୍ଟ୍ରୀ ପାଇଁ ଗର୍ବର ଦିନ । ଜାତୀୟ ସ୍ତରରେ ଚମକିଲା ଓଡିଆ ଫିଲ୍ମ ପ୍ରତୀକ୍ଷା । ସାରା ଦେଶ ଜାଣିଲା ଓଡିଆ ଇଣ୍ଡଷ୍ଟିର ସଫଳତା । ଦମଦାର କାହାଣୀ ସାଙ୍ଗକୁ ଚତ୍ମକାର ଅଭିନୟ ପାଇଁ ଫିଲ୍ମ ପ୍ରତୀକ୍ଷା ହାତେଇଛି ଜାତୀୟ ଶ୍ରେଷ୍ଠ ଚଳିଚ୍ଚିତ୍ର ସମ୍ମାନ । ଶ୍ରେଷ୍ଠ ଚଳଚିତ୍ର ଭାବରେ ସମ୍ମାନିତ ହୋଇ ସାରା ଓଡିଆ ଜାତିକୁ ଗର୍ବୀତ କରିଛି ଚଳଚିତ୍ର ପ୍ରତୀକ୍ଷା । ଗତ କିଛିଦିନରେ ଓଡିଆ ଚଳଚିତ୍ରକୁ ନେଇ ଚଳଚିତ୍ର ଜଗତ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଗତବର୍ଷ ଏହାର ଭାଗ୍ୟ ବଦଳିଛି । କାରଣ ୨୦୨୨ ଡିସେମ୍ବର ମାସରେ ରିଲିଜ ହୋଇଥିବା ଚଳଚିତ୍ର ପ୍ରତୀକ୍ଷା ରାଜ୍ୟ ତଥା ଦେଶରେ ସୁନାମ ଆଣିଛି । ଗୁରୁବାର ଘୋଷିତ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ରେ ଫିଚର ଚଳଚ୍ଚିତ୍ର ‘ପ୍ରତୀକ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବରେ ମନୋନୀତ ହୋଇଛି । ଏହି ଚଳଚ୍ଚିତ୍ରଟି ଗୋରହରି ଦାସଙ୍କ ଦ୍ୱାରା ଲିଖିତ ଏକ କ୍ଷୁଦ୍ର ଗଳ୍ପ ଦ୍ୱାରା ଅନୁପ୍ରାଣିତ ବାପା ପୁଅ ସମ୍ପର୍କକୁ ଚିତ୍ରଣ କରିଛି । ପ୍ରତୀକ୍ଷା ଜାତୀୟ ପୁରସ୍କାର ପାଇବା ସହିତ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଲାଭ ଇଠାଇ ପାରିଛି । କାରଣ ଏଥିରେ ଥିବା ବାପ ପୁଅଙ୍କ କାହାଣୀ ଦର୍ଶକୁ ମାନଙ୍କୁ ହଲ ମୁହଁ କରାଇ ପାରିଥିଲା । ଖାଲି ସେତିକି ନୁହେଁ ବଲିଉଡର ସଫଳ ଅଭିନେତା ଅନୁପମ ଖେର ମଧ୍ୟ ପ୍ରତୀକ୍ଷା ଫିଲ୍ମ କାହାଣୀରେ ଭାବପ୍ରବଣ ହୋଇ ପଡିଥିଲେ । ତେବେ ଚଳଚିତ୍ରର ପ୍ରଯୋଜକ ତଥା ନିଦ୍ଦେର୍ଶକ ଅନୁପମ ପଟ୍ଟନାୟକଙ୍କ ସହ ଫିଲ୍ମରେ ଅଭିନୟ କରିଥିବା କଳାକାରଙ୍କ ଧୈାର୍ଯ୍ୟ ଓ କଠିନ ପରିଶ୍ରମ ପାଇଁ ପ୍ରତୀକ୍ଷା ଆଜି ଶୀର୍ଷରେ ପହଞ୍ଚି ପାରିଛି ।

Advertisement

Leave a Reply

Your email address will not be published. Required fields are marked *