ଜାରି ରହିଛି ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ, ୩ୟ ଦିନରେ ଆମରଣ ଅନଶନରେ ବସିଲେ ଅଭିନେତ୍ରୀ ସନଲିସା..
1 min readଜାରି ରହିଛି ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ । ଆଜି ଏହା ତୃତୀୟ ଦିନରେ ପହଞ୍ଚିଛି । ଏହି ଅଭିଯାନରେ ଓଡିଆ ଫିଲ୍ମ ପ୍ରୟୋଜକ, ନିର୍ଦ୍ଦେଶକ, କଳାକାର ସାମିଲ ହୋଇ ଧାରଣା ଦେଇଛନ୍ତି । ୨ଦିନ ଧାରଣାରେ ବସିବା ପରେ ନ୍ୟାୟ ନମିଳିବାରୁ ଆମରଣ ଅନଶନ କରିଛନ୍ତି ଓଡିଆ ସିନେମା ପ୍ରଯୋଜିକା ସନଲିସା ପଟେଲ । ଦାବି ପୂରଣ ନେଇ କୌଣସି ପ୍ରତିଶୃତି ନମିଳିବା ଯାଏଁ ସେ ଧାରଣା ଜାରି ରଖିବେ ବୋଲି ପ୍ରଯୋଜିକା କହିଛନ୍ତି । ଅନ୍ୟପଟେ ଏହି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଜାରି ରହିଥିବା ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଧାରଣାର ତୃତୀୟ ଦିନରେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ,ନୃତ୍ୟ ନିର୍ଦ୍ଦେଶକ,ଫାଇଟ ମାଷ୍ଟର, କ୍ୟାମେରାମ୍ୟାନ ପ୍ରମୁଖ ଯୋଗ ଦେଇ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି ।
ନଭେମ୍ବର ୨୩ରୁ ୫ଦଫା ଦାବି ନେଇ ଆରମ୍ଭ ହୋଇଛି ଏହି ଅଭିଯାନ । ଯଦି ସରକାର ୫ଦଫା ଦାବିର କୌଣସି ସମାଧାନ ନକରନ୍ତି ଆସନ୍ତା କାଲିଠାରୁ ପ୍ରଥା ଚଳଚରଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ଆମରଣ ଅନଶନ ରେ ବସିବେ ଓ ଯଦି ତାଙ୍କର କିଛି ହୁଏ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି । ଧାରଣାରେ ଅଭିନେତା ପାର୍ଥ,ଅଖିଳ ପଟ୍ଟନାୟକ,ରୋସନ ଅଗ୍ରୱାଲ୍, ଅଭିନେତ୍ରୀ ପିଙ୍କି ପ୍ରଧାନ,ନିର୍ଦ୍ଦେଶକ ବବି ଇସଲାମ,ତାପସ ସରଘରିଆ,ତିରୁପତି ସାହୁ,ସଂଳାପ ଲେଖକ ଡଃ ରଜନୀ ରଞ୍ଜନ,ସତୀଶ ମିଶ୍ର,କ୍ୟାମେରାମ୍ୟାନ ବାପି,ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ,ସଂଭାବନା ର ସଂପାଦକ ଦେବ ପ୍ରସାଦ ପରିଜା,ପ୍ରଯୋଜକ ସଂଜୟ ପାତ୍ର,ଦୀପକ ମହାନ୍ତି ,ରଞ୍ଜନ ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ ।