Pratidin TV

Odisha's Digital News Platform

ସିକିମ୍ ପ୍ରଳୟଙ୍କାରୀ ବନ୍ୟା ; ଦୀର୍ଘ ୧୩ ଦିନ ପରେ ମା କୋଳକୁ ଫେରିଲେ ନିଖୋଜ ଚନ୍ଦ୍ରଶେଖର ….

1 min read

ଢେଙ୍କାନାଳ ; କାନ୍ଦି କାନ୍ଦି ଚେତା ବୁଢାଇଦେଉଥିଲା ମା । ଯେତେବେଳେ ଶୁଣିଥିଲା ସିକିମର ବନ୍ୟା କଥା । କାରଣ ତା ଗଳାର ମାଳି , ଏକକଳା ବିଶିକେସନ ପୁଅ ବୁଲିବା ପାଇଁ ସିକିମ୍ ଯାଇଥିଲା । ଏପଟେ ଗଣାମାଧ୍ୟମରୁ ବନ୍ୟା ଖବର ଶୁଣି ପୁଅକୁ ଯେତେ ଫୋନ ଲଗାଇଥିଲେ ମଧ୍ୟ ପୁଅର ଫୋନ ଲାଗିନଥିଲା । ଏହାପରେ କାନ୍ଦ ବୋବାଳିରେ ଫାଟିପଡିଥିଲା ଘର ।

ଖବର ଅନୁଯାୟୀ ଅକ୍ଟୋବର ୪ ରେ ସିକିମ୍ ର ପ୍ରଳୟଙ୍କାରୀ ବନ୍ୟାରେ ଓଡିଆ ଯବାନ ସରୋଜଙ୍କ ଜୀବନ ଯାଇଥିବା ବେଳେ ଆହୁରୀ ଅନେକ ଓଡିଆ ନିଖୋଜ୍ ଥିଲେ । ସେହିଭଳି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁର ୨୬ ବର୍ଷୀୟ ଚନ୍ଦ୍ରଶେଖର ସିଂହ ନିଜର ୭ ଜଣ ସାଙ୍ଗଙ୍କ ସହ ମିଶି ଅକ୍ଟୋବର ୧ତାରିଖରୁ ସିକିମ ବୁଲିବାକୁ ଯାଇଥିଲେ। ହେଲେ ବନ୍ୟା ଦିନ ଠାରୁ ଚନ୍ଦ୍ରଶେଖରଙ୍କ ସହ ପରିବାରର ଯୋଗାଯୋଗ ହୋଇପାରିନଥିଲା । ଚନ୍ଦ୍ରଶେଖରଙ୍କ ସହ ଯାଇଥିବା ଅନ୍ୟସାଙ୍ଗମାନଙ୍କ ଫୋନ ଲାଗୁଥିବା ବେଳେ କିନ୍ତୁ ଚନ୍ଦ୍ରଶେଖରଙ୍କ କୌଣସି ପତ୍ତା ମିଳିନଥିଲା । ଫଳରେ ଅନେକ ଶଙ୍କା ଆଶଙ୍କାକୁ ନେଇ ଘରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ନିଖୋଜ ପୁଅକୁ ଖୋଜିଦେବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ କାନିପାତି ଭିକ୍ଷା ମାଗିଥିଲା ଜଣେ ମା ।

Advertisement

ଏନେଇ ଢେଙ୍କାନାଳ ପୋଲିସ ସିକିମ୍ ଗ୍ୟାଙ୍ଗ୍‌ଟକ୍‌ର ପୋଲିସକୁ ଯୋଗାଯୋଗ କରିଥିଲା । ତେବେ ଆଜି ଖୁସିରେ ଫାଟିପଡିଛି ସିମିନଇ ଗାଁ ଦାଣ୍ଡ ଆଉ ଚନ୍ଦ୍ରଶେଖରଙ୍କ ଘର । କାରଣ ସିକିମ୍‌ର ଭୟଙ୍କର ପ୍ରଳୟଙ୍କାରୀ ବନ୍ୟାରୁ ଚନ୍ଦ୍ରଶେଖର ଫେରି ଆସିଥିବା ଜଣାପଡିଛି । ଏତେ ବଡ ବିପଦକୁ ଟାଳି ପୁଣି ନିଜ ମା କୋଳକୁ ଫେରିଛି ପୁଅ । ଯାହାର ଖୁସିକୁ ବ୍ୟାକ୍ତ କରିପାରୁନି ମା । ପୁଅଖୁ କୁଣ୍ଢାଇ ଭୋ ଭୋ ହୋଇ କାନ୍ଦିପକାଇଛି ।

Leave a Reply

Your email address will not be published. Required fields are marked *