Pratidin TV

Odisha's Digital News Platform

‘ଦାଦନ ଶ୍ରମିକ’ଙ୍କ କାହାଣୀ କୁ ନେଇ ପ୍ରସ୍ତୁତ ଓଡିଆ ୱେବ ସିରିଜ୍ , ଓଖା ଏକ୍ସପ୍ରେସ

1 min read

ଭୁବନେଶ୍ୱର : ଓଡିଆ ଇଣ୍ଡଷ୍ଟ୍ରିର ଫିଲ୍ମ ଗୁଡିକୁ ବରାବର ଟକ୍କର ଦେଉଛି ଏବେ ଓଡିଆ ୱେବସିରିଜ୍ । ବଲିଉଡ୍ , ହଲ୍ଲିଉଡ୍ ପରି ଏବେ ନିଜର ଦମଦାର ଷ୍ଟୋରୀ କୁ ନେଇ ଅନେକ ଚର୍ଚ୍ଚାରେ ଓଡିଆ ୱେବ ସିରିଜ୍ । ତେବେ ନିକଟରେ ସେପ୍ଟେମ୍ବର ୨ ରେ ଶ୍ରୀତମ ଗୌତମଙ୍କ କାହାଣୀ ଓ ନିର୍ଦ୍ଧେଶିତରେ ଓଟିଟି ସିରିଜ୍ ‘ଓଖା ଏକ୍ସପ୍ରେସ’ ମୁକ୍ତିଲାଭ କରିଥିଲା । ତେବେ ଏହି ୱେବ ସିରିଜ୍‌ଟି ଏକ ସତ୍ୟା ଘଟଣା ଆଧାରିତ । ଓଡିଶାର ଗଞ୍ଜାମ ଜିଲ୍ଲାରୁ ପ୍ରାୟ ଲକ୍ଷ ଲକ୍ଷ ଶ୍ରମିକ ଦାଦନ ଖଟିବାକୁ ଏହି ଓଖା ଏକ୍ସପ୍ରେସରେ ସୁରତ ଯାଇଥାନ୍ତି । ଯେଉଁଠାରେ ସେମାନଙ୍କୁ ନିଜର ଓ ପରିବାରର ପେଟ ପୋଷିବା ନିମନ୍ତେ କାମତ ମିଳିଯାଏ କିନ୍ତୁ କାମ ସହ ସହିବାକୁ ପଡେ ମାଲିକମାନଙ୍କର ଅତ୍ୟାଚାର ଏବଂ ଅନ୍ୟାୟ ।

ଏମିତି ଜଣେ ଅଜୟ ନାମକ ଶ୍ରମିକ ନିଜର ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ପରିସ୍ଥିତିରେ ପଡି ସୁରତ ଯାଇଥିବେ । କିନ୍ତୁ ସେଠାରେ ଏଭଳି ଅତ୍ୟାଚାର ଦେଖି ତାଙ୍କ ମନରେ ବିଦ୍ରୋହ ଜାଗ୍ରତ ହୁଏ , ଏବଂ ସେ ଶପଥ ନିଅନ୍ତି ଯେ ଦଳିତ ଏବଂ ନିର୍ଯାତିତ ଓଡିଆ ଶ୍ରମିକମାନଙ୍କୁ ନ୍ୟାୟ ଦେବେ କିମ୍ବା କିଛି ସମାଧାନର ବାଟ ବାହାର କରିବେ । ଅଜୟଙ୍କ ସହ ସେଠାରେ ଏଭଳି ଆଉଜଣେ ଶ୍ରମିକ ନରେଶଙ୍କ ଦେଖା ହେଉଛି ଯିଏ ଏଥିରେ ତାଙ୍କ ସାଥ ଦେଉଛନ୍ତି । ଦୁହେଁ ଏକାଠି ହୋଇ ଯୋଜନା ଚଲାଇବେ ସୁରତର ଶକ୍ତିଶାଳି ଗୁଣ୍ଡା ଯିଏକି ଶ୍ରମିକ ମାନଙ୍କ ଉପରେ ନିର୍ମମ ଅତ୍ୟାଚାର କରୁଥିବା ପୀତାମ୍ବର ବିରୁଦ୍ଧରେ ।

Advertisement

ତେବେ କାହାଣିଟି ଆଗକୁ ଯାଇ ଏକ ଭିନ୍ନ ମୋଡ ନେଉଛି । ଯାହାକୁ ଦର୍ଶକମାନେ ଦେଖିଲେ ହିଁ ଜାଣିପାରିବେ । ସସ୍‌ପେନ୍ସ,ଡ୍ରାମା,ଆକ୍ସନ ଏବଂ ସତ୍ୟା କାହାଣି ଉପରେ ଆଧରିତ ଏହି ସିରିଜରେ ସୁଜିତ ଦେବ,ମାନସୀ ପାଲ,ବାବୁ ପ୍ରାଦାନ,ବିରାଜ ଦାସ,ଗୀତାଗୋବିନ୍ଦ ଏବଂ ସୁଜିତ ଦେବ ନାମକ କେତେଜଣ ନାମୀ କଳାକାର ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଚଳିତ ମାସ ୨ ତାରିଖରେ ଉଡିଶାର ପ୍ରିମିୟମ ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ ଏହା ଷ୍ଟ୍ରିମିଂ କରିଛି ।

Leave a Reply

Your email address will not be published. Required fields are marked *