Pratidin TV

Odisha's Digital News Platform

ଏଥର ଦର୍ଶକଙ୍କ ହୋସ ଉଡେଇବ ଓଡିଆ ୱେବ ସିରିଜ୍ : ଖୁବ୍‌ଶୀଘ୍ର ଓଟିଟି ପ୍ଲାଟ୍ ଫର୍ମରେ ‘ଗ୍ୟାଙ୍ଗ୍‌ସ ଅଫ୍ ବ୍ରହ୍ମପୁର ’

ଭୁବନେଶ୍ୱର : ନିଜର ଗୋଟେ ପରେ ଗୋଟେ ସଫଳତାର ପହାଚ ଚଢିଚାଳିଛି ଓଡିଆ ୱେବ ସିରିଜ୍ । ଓଡିଶା ମାଟିର କିଛି ସତ୍ୟାଘଟଣାକୁ ନେଇ ଓଡିଆ ୱେବ ସିରିଜ୍ ଏବେ ବଲିଉଡ୍‌/ହଲିଉଡ୍ ପରି ଖୁବ୍‌୍ ଚର୍ଚ୍ଚାରେ । ନିକଟରେ ଜଣେ ଦାନମାନଙ୍କ ସତ୍ୟ କାହାଣୀ ଉପରେ ଅଧାରିତ ଓଖା ଏକ୍ସପ୍ରେସ (ଉଡିଶାରୁ ରୁ ସୁରଟ ) ଏବଂ ଗ୍ୟାଙ୍ଗସ୍ ଅଫ୍ ପୁରୀ ଅନେକ ପଶଂସା ସାଉଁଟି ସାରିଥିବା ପରେ ଏବେ ପୁଣି ଏକ ସତ୍ୟ କାହାଣୀକୁ ନେଇ ଓଟିଟି ପ୍ଲାଟ୍ ଫର୍ମ କଞ୍ଚାଲଙ୍କାରେ ଶୁଭମୁକ୍ତି କରିବା ଗ୍ୟାଙ୍ଗସ୍ ଅଫ୍ ବ୍ରହ୍ମପୁର । ତେବେ ଗ୍ୟାଙ୍ଗସ୍ ଅଫ୍ ପୁରୀର ଅପୂର୍ବ ସଫଳତା ପରେ ନିର୍ଦ୍ଦେଶକ ଅନୁପମ୍ ପଟ୍ଟନାୟକ ଏବଂ ବର୍ଷା ପଟ୍ଟନାୟକ ଗ୍ୟାଙ୍ଗସ୍ ଅଫ୍ ବ୍ରହ୍ମପୁର କାହାଣୀକୁ ଦର୍ଶକମାନଙ୍କ ସାମ୍ନାକୁ ଆଣିବାକୁ ଯାଉଛନ୍ତି ।

ଗ୍ୟାଙ୍ଗସ୍ ଅଫ୍ ବ୍ରହ୍ମପୁର ଦର୍ଶକମାନଙ୍କ ପସନ୍ଦିୟ କରିବା ଲାଗି ସେଥିରେ ବ୍ରହ୍ମପୁରର ବଡ ବଡ କ୍ରାଇମ, ଚୋରା ବେପାର , ଅପରାଧ ସହ ବ୍ରହ୍ମପୁରର କଳା ,ଐତିହ ଓ ସଂସ୍କୃତି ମଧ୍ୟ ପ୍ରଦର୍ଶିତ କରାଯିବା । ତେବେ ଗ୍ୟାଙ୍ଗସ୍ ଅଫ୍ ବ୍ରହ୍ମପୁରକୁ ଗ୍ୟାଙ୍ଗସ୍ ଅଫ୍ ପରୀଠାରୁ ଅଧିକ ଉଚ୍ଚମାନର କରିବେ ବୋଲି କହିଛନ୍ତି ନିର୍ଦ୍ଦେଶକ ଅନୁପମ୍ । ସେହିଭଳି ନିକଟରେ ଏହାର ଏକ ପୋଷ୍ଟର କୁ ସର୍ବସାଦାରଣ କରାଯାଇଥିବା ବେଳେ , ଏହି ୱେବ ସିରିଜ୍‌ରେ କେଉଁ କଳାକାରମାନେ ଅଭିନୟ କରିବେ ତାହା ଏଯାଏ ସ୍ପଷ୍ଟ ଜଣାପଡିନାହିଁ ।

ଅନ୍ୟପଟେ ‘ଗ୍ୟାଙ୍ଗ୍ସ ଅଫ୍ ବ୍ରହ୍ମପୁର’କୁ ନେଇ କଞ୍ଚାଲଙ୍କାର ପ୍ରତିଷ୍ଠାତା ଓ ଚେୟାରମ୍ୟାନ୍ ଅକ୍ଷୟ ପରିଜା କୁହନ୍ତି, ‘ଆମେ ସବୁବେଳେ ଆଉ ସବୁ ସମୟରେ ଏଭଳି ଓଡ଼ିଶା ମାଟିର କାହାଣୀ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଆମର ଅଭିଯାନ ଜାରି ରଖିବୁ।’

Leave a Reply

Your email address will not be published. Required fields are marked *