ଏଥର ତରଙ୍ଗ ପ୍ଲସରେ ଭିନ୍ନ ୱେବସିରିଜ୍ : ଭଦ୍ରକ ସହରର ଘଟିଥିବା ରକ୍ତାକ୍ତ ସଂଘର୍ଷର ସତ୍ୟ କାହାଣୀ ….
1 min readଭୁୁବନେଶ୍ୱର : ଆଜିର ଯୁବପୀଢି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କେତେ ମନେରଖିଛି ? କ୍ରାନ୍ତିକାରୀମାନଙ୍କ ଜନ୍ମ ଜୟନ୍ତି ହେଉ କିମ୍ବା ଦେଶ ସ୍ୱାଧୀନତାର ସେଇ ରକ୍ତାକ ସଂଘର୍ଷର ଗାଥା ହେଉ , ଆମ ଯୁବ ପିଢିମାନଙ୍କ ନିକଟରେ ଏସବୁ ବିଷୟରେ ଜାଣିବାକୁ ସମୟ ନାହିଁ । ଆମ ସମସ୍ତେ ପ୍ରାୟତ ଅମୃତସରରେ ଘଟିଥିବା ଜାଲିଆଁଓାଲାବାଗ୍ ଗଣହତ୍ୟା କଥା ଜାନିଥିବା । କିନ୍ତୁ ଅମୃତସର ପରେ ଭାରତର ଦ୍ୱିତୀୟ ଜାଲିଆଁଓାଲାବାଗ୍ ଘଟଣା କାହାକୁ ଜଣା ! ଭଦ୍ରକ ଜିଲ୍ଲା ବାସୁଦେବପୁର ନିକଟସ୍ଥ ଇରମକୁ ୨ୟ ଜାନିଆଁଓାଲାବାଗ୍ କୁହାଯାଏ । ଏକଥା ହୁଏତ ଖୁବ୍ କମ ଓଡିଆ ଜାଣିଥିବେ ।
୧୯୪୨ ମସିହାରେ ଆଜିର ଦିନରେ ଇରମରେ ବ୍ରିଟିଶ ଗୁଳିର ଶିକାର ହୋଇଥିଲେ ବହୁ ଓଡିଆ ସ୍ୱାଧୀନତା ସଂଗ୍ରାମୀ । ସେଇ ଇରମର ରକ୍ତଭିଜା ମାଟିର ସତ୍ୟକାହାଣୀ ଦର୍ଶକମାନଙ୍କ ଆଗରେ ଭେଟିଦେବାକୁ ଯାଉଛି ତରଙ୍ଗ ପ୍ଲସର ଏକ ନୂଆ ୱେବସିରିଜ ରକ୍ତତୀର୍ଥ । ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ତରଙ୍ଗ ପ୍ଲସରେ ମୁକ୍ିଲାଭ କରିବାକୁ ଯାଉଛି ଏହି ୱେବସିରିଜଟି ।
ସ୍ବାଧୀନତା ସଂଗ୍ରାମ ତଥା ଭାରତ ଛାଡ଼ ଆନ୍ଦୋଳନ ପୃଷ୍ଠଭୂମିରେ ଖାଲି ମାଟିର କଥା ନୁହେଁ; ଏକ ମୌଳିକ କାହାଣୀକୁ ନେଇ ଗଢା ଏହି ସିରିଜ୍ଟି । ଇରମ୍ର ସତ୍ୟ ଗଣହତ୍ୟା ଉପରେ ଆଧାରିତ ଏହି ସିରିଜ୍ର ନିର୍ଦ୍ଦେଶନା ଦେଇଛନ୍ତି ଚଚ୍ଚ୍ରିତ ନିର୍ଦ୍ଦେଶକ ସୁଶାନ୍ତ ମଣି , କାହାଣୀ ଲେଖିଛନ୍ତି ଓଡ଼ିଶା ଟେଲିଭିଜନ୍ ଲିମିଟେଡର କ୍ରିଏଟିଭ୍ ହେଡ୍ ରଞ୍ଜନ ଶତପଥି ।ସେହିଭଳି ମୁଖ୍ୟଭୂମିକାରେ ଅଭିଷେକ୍ ,କୁକିଜ୍ ,ଋଷି ଆଦି ପ୍ରମୁଖ ନଜର ଆସିବେ ।
ରକ୍ତରେ ଭିଜିଥିବା ସେହି ଇରମ୍ହିଁ କହିବ ଶହ ଶହ ନାମ ବିହୀନ ବୀରଙ୍କ କାହାଣୀ । ଯେଉଁମାନଙ୍କ ନାଁ ହୁଏତ ଇତିହାସ ମନେରଖିନି କିନ୍ତୁ ଏହି ମାଟି କଣ ତାକୁ ଭୁଲିପାରିବା । ଆଜିକୁ ୮୦ ବର୍ଷ ତଳର କଥା । ଦେଶସାରା ଜଳୁଥାଏ ଭାରତ ଛାଡ଼ ଆନ୍ଦୋଳନର ବହ୍ନି । ୧୯୪୨ ସେପ୍ଟେମ୍ବର ୨୮ରେ ଇରମରେ ଇଂରେଜ ସରକାର ବିରୋଧରେ ମେଳି କରୁଥାନ୍ତି ୫ହଜାରରୁ ଅଧିକ ସ୍ୱାଧୀନତା ସଂଗ୍ରାମୀ । ହେଲେ ଏହାକୁ ଦମନ କରିବା ପାଇଁ ଚାରିପଟୁ ଘେରି ନିରସ୍ତ୍ର ସଂଗ୍ରାମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା କ୍ରୁର ବ୍ରିଟିଶ ପୋଲିସ । ସେଇଠି ଟଳିପଡ଼ିଲେ ଓଡ଼ିଶାର ଏକମାତ୍ର ମହିଳା ସହିଦ ପରି ବେଓ୍ୱାଙ୍କ ସମେତ ୨୯ ଜଣ ଓଡ଼ିଆ ବୀର ଏବଂ ଆହତ ହୋଇଥିଲେ ୫୦ ରୁ ଉର୍ଦ୍ଧ ଦେଶଭକ୍ତ ।
ତେବେ ଏହି ସତ୍ୟ ଆଧାରିତ କାହାଣୀକୁ ଇରମର ରକ୍ତଭୀଜା ମାଟିରେ ହିଁ ସୁଟିଂ କରାଯାଇଛି । ଏହି ଘଟଣାକୁ ପରଦାରେ ଉତାରିବାକୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଛି ରକ୍ତତୀର୍ଥ ଟିମକୁ । ପ୍ରାକ୍-ସ୍ୱାଧୀନ ଭାରତର ପରିବେଶ ଓ ପରିପାଟୀକୁ ଓଡ଼ିଆ ଦର୍ଶକଙ୍କ ଆଗରେ ଅବିକଳ ପରସିବାକୁ ହୋଇଛି ଭରପୁର ପ୍ରୟାସ । ଭିଣ୍ଟେଜ୍ କାର୍, ବ୍ରିଟିଶ ଅମଳର କୋଠା, ଇଂରେଜ ଭୂମିକାରେ ବିଦେଶୀ କଳାକାରଙ୍କୁ ସାମିଲ କରାଯାଇଛି ।