Pratidin TV

Odisha's Digital News Platform

ପ୍ରଖ୍ୟାତ କଥାକାର ଭୀମ ପୃଷ୍ଟିଙ୍କୁ ଶାରଳା ପୁରଷ୍କାର ସମ୍ମାନ …

1 min read

ଭୁବନେଶ୍ୱର ; ପ୍ରଖ୍ୟାତ କଥାକାର ଭୀମ ପୃଷ୍ଟି ପାଇବେ ଶାରଳା ପୁରଷ୍କାର । ଶେଷ୍ଠ ସାହିତ୍ୟ କୃତି ପାଇଁ ‘ଇମ୍ଫାକ୍ଟ ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଏହି ଘୋଷଣା କରାଯାଇଛି । ୨୦୧୭ ରେ ପ୍ରକାଶିତ ଉପନ୍ୟାସ ‘ଜମୁଲୋକ’ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସୂଚନା ଅନୁଯାୟୀ ଅକ୍ଟୋବର ୨୬ ରେ ଭୁବନେଶ୍ୱରରେ ଅନୁଷ୍ଠିତ 44 ତମ ସାରଲା ପୁରସ୍କାର ବିତରଣ ଉତ୍ସବରେ ଭୀମ ପୃଷ୍ଟିଙ୍କୁ ପୁରସ୍କାର ସ୍ୱରୂପ ନଗଦ ୫ ଲକ୍ଷ ଟଙ୍କା, ସମ୍ମାନ ପତ୍ର ଓ ଫଳକ ପ୍ରଦାନ କରାଯିବ ବୋଲି ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ (IMPaCT)ଘୋଷଣା କରିଛି ।

ସେହିଭଳି କଳା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ଲାଗି ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ୨୦୨୩ ଘୋଷଣା କରାଯାଇଛି। ଏହି ପୁରସ୍କାର ପାଇଁ ପଟ୍ଟଚିତ୍ରର ଅଦ୍ୱିତୀୟ ଶିଲ୍ପୀ ଗୁରୁ ବେଣୁଧର ମହାପାତ୍ର, ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ଚଳିତ ବର୍ଷ ଏହି ପୁରଷ୍କାର ଦିଆଯିବ । ପୁରଷ୍କାର ବାବଦରେ ଉଭୟଙ୍କୟ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ମାନ ପତ୍ର ଓ ଫଳକ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *