Pratidin TV

Odisha's Digital News Platform

ମାଙ୍କ କ୍ୟାନସର ଚିକିତ୍ସା ସମୟରେ ଚାକିରୀ ସହ IAS ପାଇଁ ପ୍ରସ୍ତୁତି ହୋଇ ସଫଳ ହୋଇଛନ୍ତି ଓଡ଼ିଆ ପୁଅ ଅନିମେଶ

1 min read

UPSC ପରୀକ୍ଷାର ବାହାରିଛି ଫଳାଫଳ | ଆଉ ଏଥିରେ ସଫଳର ସହ ଉତ୍ତୀର୍ଣ ହୋଇଛନ୍ତି ଓଡ଼ିଆ ପୁଅ ୨୪ ବାର୍ଷିୟ ଅନିମେଶ ପ୍ରଧାନ | ସେ ହୋଇଛନ୍ତି ୨ୟ IAS ଟପ୍ପର | କୋଚିଂ ନ ନେଇ ହୋଇଛନ୍ତି ସଫଳ | ପ୍ରଥମ ଆଟେମ୍ପଟରେ ଅଲ୍‌ ଇଣ୍ଡିଆ ରାଙ୍କ-ଟୁ ହାସଲ କରିଛନ୍ତି ଅନିମେଶ | ଚାକିରୀ କରି ମଧ୍ୟ ସେଥିମଧ୍ୟରେ IAS ହେବାର ସାକାର ଦେଖି ସାକାର କରିଛନ୍ତି ଓଡ଼ିଆ ପୁଅ |

ତେବେ ରାଉରକେଲାର ୨୪ ବାର୍ଷିୟ ଅନିମେଶ ପ୍ରଧାନ | ୨୦୨୧ ମସିହାରେ ବିଟେକ କଂପ୍ୟୁଟର ସାଇନ୍ସ ପାସ୍ କରି ସେ ଚାକିରୀରେ ଦେଇଥିଲେ ଯୋଗଦାନ | ଚାକିରୀ କରିଥିଲେ ମଧ୍ୟ ସ୍ବପ୍ନ ଥିଲା IAS ହେବାର | କିନ୍ତୁ ଚାକିରୀ ସହ IAS ହେବା ପାଇଁ USC ପ୍ରସ୍ତୁତି କରିବା ନଥିଲା ଏତେ ସହଜ | ଏଥିପାଇଁ ଅନିମେଶ କରିଥିଲେ କଠିନ ସଂଘର୍ଷ | କେବଳ ଚାକିରୀ ନୁହେଁ ମାଙ୍କ ଚାଲିଥିଲା କ୍ୟାନସର ଚିକିତ୍ସା | ଆଉ ସେଥିମଧ୍ୟରେ ସେ UPSC ପାଇଁ କରୁଥିଲେ ପ୍ରସ୍ତୁତି | ଆଉ ପାଇଥିଲେ ବଡ଼ ସଫଳ | କିନ୍ତୁ ଦୁଃଖର ବିଷୟ ହେଉଛି ଏହି ଖୁସି ଖବର ଶୁଣିବା ପାଇଁ ନଥିଲେ ଅନିମେଶଙ୍କ ମା | ଗତ ମାସରେ ଆଖି ବୁଜି ଦେଇଛନ୍ତି ମା |

ନିଜ ମାଙ୍କୁ ମାନେ ପକାଇ ଅନିମେଶ କହିଥିଲେ, ‘ଆଜି ଏହି ସୁଭ ଦିନରେ ମା ନାହାନ୍ତି ସତ, କିନ୍ତୁ ମୁଁ ଯାହା ହୋଇଛି କେବଳ ତାଙ୍କ ଯୋଗୁଁ ହୋଇପାରିଛି |’

Leave a Reply

Your email address will not be published. Required fields are marked *