Pratidin TV

Odisha's Digital News Platform

ଓଡିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ ; ଫାଙ୍କା ପଡିଛି ୧୩୪୨ ପଦବୀ , ଶୀଘ୍ର କରନ୍ତୁ ଆବେଦନ ….

1 min read

ଭୁବନେଶ୍ୱର ; ସରକାରୀ ଚାକିରୀ ପାଇଁ ଅପେକ୍ଷା କରିଥିବା ଆଶାୟୀମାନଙ୍କ ପାଇଁ ବଡ ସୁଯୋଗ । ଓଡିଶା ଆଦର୍ଶ ବିଦ୍ୟାଳରେ ପ୍ରକାଶ ପାଇଲା ନିଯୁକ୍ତି ସୁଯୋଗ । ୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ। ଏହା ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ଚାଲିବ।
ତେବେ ଆଶାୟୀମାନେ https://www.oav.edu.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ
ପଦବୀ –
ପିଜିଟି ପଦାର୍ଥ ବିଜ୍ଞାନ – ୨୫ଟି
ପିଜିଟି ରସାୟନ ବିଜ୍ଞାନ- ୨୫ଟି
ପିଜିଟି ବାୟୋଲୋଜି- ୨୨ଟି
ପିଜିଟି ଗଣିତ-୩୫ଟି
ପିଜିଟି କମର୍ସ-୧୭ଟି
ପିଜିଟି କମ୍ପ୍ୟୁଟର ସାଇନ୍ସ-୧୫୬ଟି
ଟିଜିଟି ଇଂରାଜୀ-୨୫୫ଟି
ଟିଜିଟି ଗଣିତ-୧୬୯ଟି
ଟିଜିଟି ବିଜ୍ଞାନ-୯୨ଟି
ଟିଜିଟି ସୋସିଆଲ ଷ୍ଟଡିଜ୍-୧୦୪ ଟି
ଆର୍ଟ ଟିଚର-୧୬୦ଟି
ପିଇଟି-୮୯ଟି
କମ୍ପ୍ୟୁଟର ଶିକ୍ଷକ-୮୩ଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

ସେହିପରି ୧୩୪୨ଟି ପଦରୁ ୪୬୮ଟି ଅସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ତା’ ମଧ୍ୟରୁ ୧୫୭ଟି ଅସଂରକ୍ଷିତ ବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏସ୍ଇବିସିଙ୍କ ପାଇଁ ମୋଟ ୧୩୦ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥିରୁ ଏହି ବର୍ଗର ମହିଳାଙ୍କ ପାଇଁ ୪୪ଟି ପଦ ଉଦ୍ଦିଷ୍ଟ ରହିଛି।ଏସ୍ସି ବର୍ଗ ପାଇଁ ୨୩୨ଟି ପଦ ସଂରକ୍ଷିତ ରହିଥିବା ବେଳେ ତା’ ମଧ୍ୟରୁ ଏହି ବର୍ଗର ମହିଳାଙ୍କ ପାଇଁ ୭୮ଟି ଉଦ୍ଦିଷ୍ଟ। ଏସ୍ଟି ପ୍ରାର୍ଥୀଙ୍କ ପାଇଁ ୫୧୨ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥିରୁ ଏହି ବର୍ଗର ମହିଳାଙ୍କ ପାଇଁ ୧୭୧ଟି ଉଦ୍ଦିଷ୍ଟ। ସେହିପରି ଏହି ମୋଟ ୧୩୪୨ ପଦ ମଧ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ୫୩ଟି ସଂରକ୍ଷିତ ହୋଇଥିବା ବେଳେ ଏକ୍ସ-ସର୍ଭିସମେନ୍ଙ୍କ ପାଇଁ ୩୬ଟି ଓ ସ୍ପୋର୍ଟସ ମେନ୍ଙ୍କ ପାଇଁ ୧୪ଟି ପଦ ସଂରକ୍ଷିତ ରହିଛି।

Advertisement

ଅଧ୍ୟକ୍ଷ-୬୭,୭୦୦ ଟଙ୍କା ଦରମା
ପିଜିଟି ପଦାର୍ଥ ବିଜ୍ଞାନ, ପିଜିଟି ରସାୟନ ବିଜ୍ଞାନ, ପିଜିଟି ବାୟୋଲୋଜି, ପିଜିଟି ଗଣିତ, ପିଜିଟି କମର୍ସ ଓ ପିଜିଟି କମ୍ପ୍ୟୁଟର ସାଇନ୍ସ ପଦଗୁଡ଼ିକ ପେ’ ଲେବେଲ ୧୧ରେ ଆସୁଥିବା ବେଳେ ଏହି ଶିକ୍ଷକମାନେ ମାସକୁ ୪୭,୬୦୦ ଟଙ୍କା ଦରମା ପାଇବେ।
ଟିଜିଟି ଇଂରାଜୀ, ଟିଜିଟି ଗଣିତ, ଟିଜିଟି ବିଜ୍ଞାନ, ଟିଜିଟି ସୋସିଆଲ ଷ୍ଟଡିଜ୍ ଓ ଆର୍ଟ ଟିଚର ପଦ ପେ’ ଲେଭଲ ୧୦ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଏହି ଶିକ୍ଷକମାନେ ମାସିକ ୪୪,୯୦୦ ଟଙ୍କା ଦରମା ପାଇବେ।

ସେହିପରି ପିଇଟି ଓ କମ୍ପ୍ୟୁଟର ଶିକ୍ଷକମାନେ ମାସିକ ୩୫, ୪୦୦ ଟଙ୍କା ଦରମା ପାଇବେ।

ଅଧିକ ସୂଚନା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରoav.edu.in କୁ ଯାଇ Announcements ସେକ୍ସନରେ ଦେଖନ୍ତୁ।

Leave a Reply

Your email address will not be published. Required fields are marked *