Pratidin TV

Odisha's Digital News Platform

ଓଡିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ , ଶେଷ ତାରିଖ ଜାଣି ଶୀଘ୍ର କରନ୍ତୁ ଆବେଦନ …

1 min read

ଭୁବନେଶ୍ୱର ; ବିଇଡି , ପିଜିଟି ,ଟିଜିଟି ଆଶାୟୀଙ୍କ ପାଇଁ ବଡ ସୁଯୋଗ । ଓଡିଶା ଆଦର୍ଶ ବିଦ୍ୟାଳୟରେ ବାହାରିଲା ନିଯୁକ୍ତି । ଶୀଘ୍ର କରନ୍ତୁ ଆବେଦନ । ନବରଙ୍ଗପୁର ଆଦର୍ଶ ବିଦ୍ୟାଳରେ ଥିବା ନୂଆ ଶିକ୍ଷକ ପୋଷ୍ଟ ଗୁଡିକ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ଆଶାୟୀମାନେ ଏ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ସେମାନେ (ଓଡିଶା ଆଦର୍ଶ ବିଦ୍ୟାଲୟରେ ) OAV ର ଅଫିସିଆଲ୍ ୱେବ୍ସାଇଟ୍ nabarangpur.nic.in କୁ ଯାଆନ୍ତୁ। OAV Teacher Post Recruitment 2023 Nabarangpur Notification କୁ ଯାଇଁ ଅ।ଗ୍ରହୀ ପ୍ରାର୍ଥୀ ମାନେ ଏହାର ଅଫିସିଆଲ ନୋଟିସ୍ ଦେଖିପାରିବେ ।
ଖାଲି ପଦବୀ-
• PGT ଗଣିତ – ୧ଟି ପୋଷ୍ଟ୍
• PGT ଇଂରାଜୀ – ୩ଟି ପୋଷ୍ଟ୍
• TGT ବିଜ୍ଞାନ – ୧ଟି ପୋଷ୍ଟ୍
• TGT ଇଂରାଜୀ – ୨ଟି ପୋଷ୍ଟ୍
• TGT SST – ୧ଟି ପୋଷ୍ଟ୍
• TGT ଗଣିତ – ୧ଟି ପୋଷ୍ଟ୍
• TGT ହିନ୍ଦୀ – ୨ଟି ପୋଷ୍ଟ୍
• TGT ସଂସ୍କୃତ – ୧ଟି ପୋଷ୍ଟ୍

ତାରିଖ –
ଆବେଦନ ଆରମ୍ଭ – ଆରମ୍ଭ ହୋଇସାରିଛି
ଆବେଦନ ଶେଷ – ୦୫ ଡିସେମ୍ବର ୨୦୨୩
ବୟସ ସୀମା-
ସର୍ବନିମ୍ନ ବୟସ – ୨୧ ବର୍ଷ
ସର୍ବାଧିକ ବୟସ – ୬୫ ବର୍ଷ
ବୟସ କୋହଳ
• OBC – ୩ ବର୍ଷ
• ST / SC / PWD / ESM – ୫ ବର୍ଷ
• PWD + SC / ST – ୧୫ ବର୍ଷ

Advertisement

ଶିକ୍ଷାଗତ ଯୋଗ୍ୟତା:
TGT ଶିକ୍ଷକ – ସଂପୃକ୍ତ ବିଷୟରେ ପୋଷ୍ଟ ଗ୍ରାଜୁଏଟ୍ ଏବଂ ମାଷ୍ଟର ଡିଗ୍ରୀ ସହିତ B.Ed
PGT ଶିକ୍ଷକ – ସଂପୃକ୍ତ ବିଷୟରେ ଗ୍ରାଜୁଏଟ୍ ସହିତ B.Ed
ଦରମା-
• PGT ଗଣିତ – ୩୦,୦୦୦ ଟଙ୍କା
• PGT ଇଂରାଜୀ – ୨୫,୦୦୦ ଟଙ୍କା
• TGT ବିଜ୍ଞାନ – ୨୦,୦୦୦ ଟଙ୍କା
• TGT ଇଂରାଜୀ – ୨୦,୦୦୦ ଟଙ୍କା
• TGT SST – ୨୦,୦୦୦ ଟଙ୍କା
• TGT ଗଣିତ – ୨୦,୦୦୦ ଟଙ୍କା
• TGT ହିନ୍ଦୀ – ୨୦,୦୦୦ ଟଙ୍କା
• TGT ସଂସ୍କୃତ – ୨୦,୦୦୦ ଟଙ୍କା
• TGT ଇଂରାଜୀ – ୨୦,୦୦୦ ଟଙ୍କା

କିପରି କରିବେ ଆବେଦନ:
ଏହା ଏକ ଅଫଲାଇନ୍ ଆବେଦନ ମୋଡ୍ ହୋଇଥିବାରୁ ଯତ୍ନର ସହ ଆବେଦନ ଫର୍ମ ପୂରଣ କରନ୍ତୁ ତାପରେ ଏହାକୁ ଦିଆଯାଇଥିବା ଠିକଣାରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ପଠାନ୍ତୁ।
ଡକ୍ୟୁମେଣ୍ଟ୍-
• ଦଶମ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
• +2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
• ସ୍ନାତକ ଏବଂ B.Ed ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
• ଜାତି ପ୍ରମାଣପତ୍ର
• ଆଧାର କାର୍ଡ
• ବାସିନ୍ଦା ସାର୍ଟିଫିକେଟ୍
• D.EI.Ed ସାର୍ଟିଫିକେଟ୍
• ଦସ୍ତଖତ
• ପାସପୋର୍ଟ ଆକାରର ଫଟୋଗ୍ରାଫ୍

ଠିକଣା –The Nodal Principal, OAV HIRLI (Agnipur), At- HIRLI, PO- Nabarangpur, Dist- Nabarangpur, PIN- 764059

ଏଠାରେ ମେରିଟ୍ ଲିଷ୍ଟ ବେସିସ୍‌ରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ ।

Leave a Reply

Your email address will not be published. Required fields are marked *