ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍ । ଜାଣନ୍ତୁ, ୧୨୧୫୬ କୋଟି ଟଙ୍କାର ବଜେଟରେ କେଉଁ ବିଭାଗକୁ କେତେ?
1 min readବିରୋଧୀଙ୍କ ହଟ୍ଟଗୋଳ ଭିତରେ ଆଜି ବିଧାନସଭା ଶୀତ ଅଧିବେଶନରେ ଉପସ୍ଥାପିତ ହୋଇଛି 2024-25 ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ । ତେବେ ଏଥିପାଇଁ ମୋଟ୍ 12156 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ରେ
1. ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ମୋଟ 1685 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
2. ବିଭିନ୍ନ କାର୍ଯ୍ୟକ୍ରମ ପାଇଁ 10ହଜାର 155କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
3. ବିପର୍ଯ୍ୟାୟ ମୁକାବିଲା ପାଇଁ 120କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
4. ରାଜ୍ୟ ବଜେଟରୁ 196କୋଟି ଟଙ୍କା ସ୍ଥାନାନ୍ତର ବ୍ୟୟବରାଦ କରାଯାଇଛି।
ସେହିଭଳି ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ପାଇଁ 5 କୋଟି ଟଙ୍କା, କୋଠ ଭୋଗ ଦାନ ଯୋଜନା ପାଇଁ 15କୋଟି ଟଙ୍କା, ଶ୍ରଦ୍ଧାଳୁମାନେ ରଥ ଚଢ଼ିନଥିବାରୁ ଦଇତାପତିଙ୍କୁ କ୍ଷତିପୂରଣ ବାବଦରେ 12କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଇଁ 125କୋଟି, CAPF ମୁତୟନ ପାଇଁ 299କୋଟି ଟଙ୍କା, ପୁଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ 51କୋଟି, ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ 26କୋଟି,22ଟି ଆଇଟିଆଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ 130କୋଟି, ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସଂପ୍ରସାରଣ ପାଇଁ 120କୋଟି, ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ 66କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ପରେ ଗୃହ ମୁଲତବୀ ରଖାଯାଇଛି।