Pratidin TV

Odisha's Digital News Platform

ଆଜିଠୁ ପ୍ରବଳ ବର୍ଷିବ : ରାଜ୍ୟରେ ଜାରି ହେଲା ଅରେଞ୍ଜ ୱାଣିଂ

1 min read

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଜି ସକ୍ରିୟ ହୋଇଛି । ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ରରେ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହା ପ୍ରଭାବରେ ରାଜ୍ୟରେ ୧୨ ତାରିଖ ଯାଏ ଅନେକ ଜିଲ୍ଲାରେ ବର୍ଷା ଦେଖାଦେଇପାରେ । ୯,୧୦ ଓ ୧୧ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଅରେଞ୍ଜ ୱାଣିଂ ଜାରି କରିଛି ପାଣିପାଗ ବିଭାଗ ।
ସୂଚନା ଅନୁଯାୟୀ ରାଜ୍ୟରେ ୯ ତାରିଖ ଦିନ ୪ ଟା ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ସହ ୧୦ ତାରିଖ ଦିନ ୧୧ ଟି ଜିଲ୍ଲା (ମାଲକାନାଗିରି,କୋରାପୁଟ,ନବରଙ୍ଗପୁର,ରାୟଗଡା,କଳାହାଣ୍ଡି,ଗଜପତି,ଗଞ୍ଜାମ କନ୍ଧମାଳ,ନୟାଗଡ,ଖୋର୍ଦ୍ଧା ଓ ପୁରୀ ) ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ର ସମ୍ଭାବନା ରହିଛି ।

ସେହିପରି ୧୧ ତାରିଖ ଦିନ ରାଜ୍ୟର ୧୦ଟିଜିଲ୍ଲା (ବଲାଙ୍ଗିର,ବୌଦ୍ଧ,ସୋନପୁର,ବରଗଡ,ସମ୍ବଲପୁର,ଝାରସୁଗୁଡା,ଦେବଗଡ,ଅନୁଗୁଳ,ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *