Pratidin TV

Odisha's Digital News Platform

୨୭ ରେ ରାଜ୍ୟରେ ସବୁ ସ୍କୁଲ , କଲେଜ୍ ଛୁଟି …

ଭୁବନେଶ୍ୱର ; ଆସନ୍ତା ୨୭ ତାରିଖରେ ରାଜ୍ୟରେ ସବୁ ସ୍କୁଲ କଲେଜ୍ ବନ୍ଦ ରହିବ । ଏନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ସମ୍ବଲପୁର ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଆସନ୍ତା ଶନିବାର ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ରହିବ । ତେବେ ଚତୁର୍ଥ ଶନିବାର ଯୋଗୁଁ ରାଜ୍ୟ ସମସ୍ତ ସରକାରୀ ଅଫିସ ଗୁଡିକ ମଧ୍ୟ ସେଦିନ ଛୁଟି ରହିବ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ଶନିବାର ହେବ। ଏଥିପାଇଁ ୨୭ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଏହି ପ୍ରକଳ୍ପର ୪ଟି ମୁଖ୍ୟ ଲକ୍ଷ୍ୟ ରହିଛି । ସେଗୁଡ଼ିକ ହେଲା ମାଆ ସମଲେଶ୍ୱରୀଙ୍କ ମନ୍ଦିର ପରିସରର ରୂପାନ୍ତରଣ, ଭକ୍ତ ଓ ଶ୍ରଦ୍ଧାଳୁ ମନରେ ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି ପାଇଁ ଗୁରୁତ୍ୱ, ସମ୍ବଲପୁରର ପର୍ଯ୍ୟଟନ ଅର୍ଥନୀତି ପ୍ରତି ଗୁରୁତ୍ୱ ଓ ମନ୍ଦିର ଚାରିପଟେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ପାଇଁ ସୁଯୋଗ ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯିବ ।

Leave a Reply

Your email address will not be published. Required fields are marked *