Pratidin TV

Odisha's Digital News Platform

ନଭେମ୍ବର୨୧ରେ ଓଡିଶା ବିଧାନସଭା ଉପବାଚସ୍ପତି ପାଇଁ ହେବ ନିର୍ବାଚନ, ଦୀର୍ଘ ଦିନ ହେଲା ଖାଲି ପଡିଛି ସିଟ୍‌..

1 min read

ଭୁବନେଶ୍ବର: ଘୋଷଣା ହେଲା ବିଧାନସଭା ଉପବାଚସ୍ପତି ନିର୍ବାଚନର ତାରିଖ । ପ୍ରେସ ରିଲିଜ ଜାରି କରି ଜଣାଗଲା ତାରିଖ । ଚଳିତ ମାସ ଅର୍ଥାତ ନଭେମ୍ବର ୨୧ ତାରିଖ ସକାଳ ୯ଟା ୩୦ରେ ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ଚିଠି କରିଛନ୍ତି ବିଧାନସଭା ସଚିବ । ଉପବାଚସ୍ପତି ପଦରୁ ରଜନୀକାନ୍ତଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ । ତେବେ କିଛି ଦିନ ଖାଲି ପହିବା ପରେ ନୂଆ ଉପବାଚସ୍ପତି ନେଇ ହେବ ନିର୍ବାଚନ ।

ସୂଚନା ଅନୁଯାୟୀ, ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେଇଥିଲେ । ୨୦୧୯ରୁ ଉପବାଚସ୍ପତି ଥିଲେ ରଜନୀକାନ୍ତ ସିଂ । ତେବେ ବ୍ୟକ୍ତିଗତ କାରଣରୁ ସେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିବା କହିଥିଲେ । ଏବେ ଦେଖିବାକୁ ବାକି କାହାକୁ ମିଳିବ ଏହି ପଦବୀ । ୨୦ ତାରିଖ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଭ୍‌କନ ଦାଖଲ କରିବେ ସଦସ୍ୟ । ୨୧ ରେ ର୍ନିବାଚନ ।

Advertisement

Leave a Reply

Your email address will not be published. Required fields are marked *