Pratidin TV

Odisha's Digital News Platform

ଭୋଟ ବର୍ଜନର ଚେତାବନୀ ପରେ ଘୁଞ୍ଚିଲା ନିର୍ବାଚନର ତାରିଖ..

ଭୁବନେଶ୍ୱର : ବଦଳିଲା ବାଚସ୍ପତି ନିର୍ବାଚନର ତାରିଖ । ୨୧ବଦଳରେ ୨୨ରେ ହେବ ଭୋଟ । ଚଳିତ ମାସ ୨୧ରେ ହୋଇଥାନ୍ତି ଭୋଟ ଗ୍ରହଣ କିନ୍ତୁ ବଦଳିଲା ଭୋଟିଂ ତାରିଖ ।୨୨ ତାରିଖ ସକାଳ ୯ଟା ୩୦ରେ ହେବ ନିର୍ବାଚନ । ସେପରି ନାମାଙ୍କନ ଭରିବା ର ସମୟ ସୀମା ମଧ୍ୟ ବଢିଛି । ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ୨୧ ତାରିଖରେ ନାମଙ୍କନ ଦାଖଲ କରାଯିବ । ନୂଆଖାଇ ପାଇଁ ଏହି ନିର୍ବାଚନକୁ ଘୁଞ୍ଚାଯାଇଥିବା ନେଇ ମିଳିଛି ସୂଚନା । ତେବେ ଚଳିତ ମାସ ୨୦ରେ ନୂଆଖାଇ ପର୍ବ ପଡିଥିବା ବେଳେ ୨୧ରେ ବାଚସ୍ପତି ନିର୍ବାଚନ ହେବା ନେଇ ହୋଇଥିଲା ଘୋଷଣା । ପଶ୍ଚିମ ଓଡିଶାର ଗଣପର୍ବ ନୂଆକାଇ ତିବା ବେଳେ ଏହାକୁ ୨ଦିନ ଧରି ପାଳିଥାନ୍ତି ଲୋକେ । ନିର୍ବାଚନର ତାରିଖ ବଦଳାଇବାକୁ ଦାବି କରିଥିଲେ ବିରୋଧ । ଭୋଟର ତାରିଖ ନ ଘୁଞ୍ଚିଲେ ନିର୍ବାଚନକୁ ବର୍ଜନ କରିବାକୁ ବିଜେପି ଏବଂ କଂଗ୍ରେସ ଘୋଷଣା କରିଥିଲେ ।

ସୂଚନାମୁତାବକ, ନୂଆଖାଇ ପର୍ବ ଓ ନୂଅଖାଇ ଭେଟ୍‌ଘାଟ୍ ପାଇଁ ୨ଦିନ ଛୁଟି ହୋଇଥାଏ । ରାଜ୍ୟ ସରକାର ଏଥର ବାଚସ୍ପତି ନିର୍ବାଚନ ପାଇଁ ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ ଓ ୨୧ରେ ବିଧାନସଭା ବୈଠକ ପାଇଁ ଘୋଷଣା କରିଥିଲେ । ନୂଆଖାଇ ପର୍ବ ୨୧ ତାରିଖରେ ହେଉଥିବାରୁ ପଶ୍ଚିମ ଓଡ଼ିଶାର ବିଧାୟକମାନେ ନିଜ ଅଞ୍ଚଳ ଛାଡ଼ି ଭୁବନେଶ୍ୱର ଯିବା ସମ୍ଭବ ନୁହେଁ ବୋଲି ଜଣାଇଥିଲେ । ଶେଷରେ ବିଧାନସଭା ବାଚସ୍ପତି ନିର୍ବାଚନର ତାରିଖକୁ ଗୋଟେ ଦିନ ପାଇଁ ଘୁଞ୍ଚାଯାଇଛି ।

Leave a Reply

Your email address will not be published. Required fields are marked *