ରୁଚିଙ୍କାଙ୍କ ପାଇଁ ଓଡିଶା ବନ୍ଦସଫଳ ଡାକରାର ନିବେଦନ
1 min readଭୁବନେଶ୍ୱର : କେବଳ ରୁଚିକା କାହିଁକି ହଜିଯାଇଛି ଏପରି ଅନେକ ଝିଅ ତଥା ନାରୀ ଙ୍କ ନା ଏଇ ସମାଜରୁ ଅତ୍ୟାଚାର,ଅନ୍ୟାୟ,ଅବହେଳା ର ସିକାର ସହିନପାରି ଆତ୍ମହତ୍ୟା କରିଥିବା କାହା ଭଉଣୀ କାହା ଝିଅ ଏପରି ଅନେକ ।
ତେବେ ନ୍ୟାୟ ଆଶାରେ ଦୁଇ ସପ୍ତାହ ହେଲା ପଡିରହିଛି ଗୋଟେ ମା । ହଁ ରୁକିକାଙ୍କ ମୃତ୍ୟୁକୁ ୧୬ ଦିନ ବିତିଯାଇଥିଲେ ମଧ୍ୟ ନା ପ୍ରଶାସନ ,ନା ସରକାର ,ନା ପୋଲିସ ,ନା କଲେଜ କତ୍ତୃପକ୍ଷ କାହାର ପାଖରେ ମଧ୍ୟ ସାମାନ୍ୟ ସମ୍ବେଦନତା ଶୀଳତା ନାହିଁ ,ତଦନ୍ତ ତ ଦୂରର କଥା ।
ଏନେଇ ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ତରଫରୁ ଆସନ୍ତା ୧୭ ତାରିଖଦିନ ପୋଲିସ ନିର୍ଦ୍ଧେଶାଳୟ ଆଗରେ ନ୍ୟାୟ ଦାବିରେ ଏହି ଧାରଣା ଦିଆଯିବ ତାପରେ ୧୯ ତାରିଖ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା (ସକାଳ ୬ ରୁ ସନ୍ଧ୍ୟା ୬ ) ଯାଏ ଡକାଯାଇଛି । ତେବେ ଏହି ସମୟରେ ସମସ୍ତ ଯାତାୟତା,ଅଫିସ୍ ଓ ବ୍ୟବସାୟ ବନ୍ଦ ରହିବ ବୋଲି କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ସଂଯୋଜକ ଅକ୍ଷୟ କୁମାର । ଏହି ବନ୍ଦ ଡାକରା କେବଳ ରୁଚିକାଙ୍କ ପାଇଁ ନୁହେଁ ବରଂ ଦଳିତ ଛାତ୍ରଚାତ୍ରୀ ,ଶିକ୍ଷା ବ୍ୟବସ୍ଥାର ଅସଂଗତି,ମହିଳାଙ୍କ ପ୍ରତି ଅବମାନା ,ପୋଲିସର ଦମନଲୀଳା ,ପ୍ରଶାସନର ଅବହେଳା,ସରକାରୀ ପକ୍ଷପାତିତା ଓ ରାଜନୈତିକ ଇଚ୍ଛାଶକ୍ତି ବିରୋଧରେ ହିଁ ଦିଆଯାଇଛି ।
ଏଣୁ ଏଥିରେ ଯୋଗ ଦେବାପାଇଁ ସମସ୍ତ ଛାତ୍ରଛାତ୍ରୀ ,ଛାତ୍ର ସଂଗଠନ,ଯୁବ ସଂଗଠନ,ବିଭିନ୍ନ ସଂଗଠନ,ଟ୍ରେଡ ୟୁନିୟନ୍,ନୈତିକ ଦଳ,କୃଷକ ମହିଳା ,ସମ୍ବେଦନଶିଲ ବ୍ୟକ୍ତି ବିଶେଷ , ସର୍ବପରି ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଭାବେ ଏହାକୁ ସଫଳ କରାଇବାକୁ ନିବେଦନ କରାଯାଇଛି କୃଷକ ଓ ଛାତ୍ର ସଂଗଠନ ପକ୍ଷରୁ ।