ବିଶ୍ୱ ଦେଖିଲା ଓଡିଆଙ୍କ ବଳ ; ବିଶ୍ୱ ଆଥେଲେଟିକ୍ସ ଚାମ୍ପିଅନସିପ୍ରେ ଚମକିଲେ ଓଡିଆ ପୁଅ କିଶୋର ଜେନା …
1 min readନୂଆଦିଲ୍ଲୀ : ନୂଆ ଇତିହାସ ସୃଷ୍ଟି କଲେ ଭାରତର ୨ ସୁନା ପୁଅ । ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପର ବୁଦାପେଷ୍ଟରେ ଅନୁଷ୍ଠିତ ପୁରୁଷ ଜାଭଲିନ୍ ଥ୍ରୋ ରେ ଇତିହାସ ରଚିଲେ ୨ ଭାରତୀୟ । ପାକିସ୍ତାନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଫାଇନାଲରେ ସ୍ୱର୍ଣ୍ଣ ଜିତି ନୀରଜ ଚୋପ୍ର ଭାରତକୁ ଗର୍ବିତ କରିଥିବା ବେଳେ ଓଡିଶା ପୁଅ କିଶୋର ଜେନା ମଧ୍ୟ କମ୍ ନୁହଁନ୍ତି । ଜାଭଳିନ୍ ଥ୍ରୋର ଫାଇନାଲରେ ସେ ପଞ୍ଚମ ସ୍ଥାନ ହାସଲ କରି ପୁରା ଓଡିଶାବାସୀଙ୍କ ସହ ଭାରତୀୟଙ୍କୁ ମଧ୍ୟ ଗର୍ବିର୍ତ କରିଛନ୍ତି ।
ତେବେ ନୀରଜ ୮୮.୧୭ ମିଟର ଜାଭଲିନ୍ ଫପାଡି ସ୍ୱର୍ଣ୍ଣ ପଦକ ପାଇଁ ଦାବିଦାର ହୋଇଥିଲେ । ସେହିଭଳି ଭାରତ ତଥା ଓଡିଶାକୁ ନିରାଶ କରିନାହାନ୍ତି ସୁନା ପୁଅ କିଶୋର । ନିଜର ଦମଦାର ପ୍ରଦର୍ଶନ ସହ ପଞ୍ଚମ ସ୍ଥାନ ହାସଲ କରିଛନ୍ତି କିଶୋର । ନିଜର ପଂଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୭୭ ମିଟର ଫୋପାଡିଛନ୍ତି କିଶୋର। ଏହାପରେ ତାଙ୍କ ତଳକୁ ଅନ୍ୟ ଜଣେ ଭାରତୀୟ ଡିପି ମନୁ ୮୪.୧୪ ମିଟର ଫୋପାଡି ଷଷ୍ଠ ସ୍ଥାନରେ ରହିଛନ୍ତି ।