Pratidin TV

Odisha's Digital News Platform

ଓଡିଶା ବଜେଟ ୨୦୨୪ :କାଳିଆ ଯୋଜନା ଜାଗାରେ ଆରମ୍ଭ ହେଲା ସିଏମ୍ କିଷାନ ଯୋଜନା ..

1 min read

ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଏହି ବଜେଟରେ ମୁଖ୍ୟମନ୍ତ୍ରୀ ବଦଳାଇଛନ୍ତି କାଳିଆ ଯୋଜନାର ନାମ । କାଳିଆ ଯୋଜନା ଜାଗାରେ ହେଲା ସିଏମ୍ କିଷାନ ଯୋଜନା । ସିଏମ୍‌ କିଷାନ ଯୋଜନା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି। ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି।

କୃଷି ପାଇଁ ୩୩ ହଜାର କୋଟି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ଆକାର ବଢ଼ିଛି। ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଥିବା ବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ରହିଛି। ସେହିପରି ଧାନ କୁଇଣ୍ଟାଲ ୩୧ଶହ ଟଙ୍କା ହେବ ବୋଲି ବଜେଟରେ ଘୋଷଣା କରାଯାଇଛି। କୁଇଣ୍ଟାଲ ୩୧ଶହ ଟଙ୍କାରେ ଧାନ କିଣାଯିବ। ଧାର୍ଯ୍ୟ ଏମଏସ୍ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ ।

Leave a Reply

Your email address will not be published. Required fields are marked *