Pratidin TV

Odisha's Digital News Platform

ରାଜ୍ୟମନ୍ତ୍ରୀ ମଣ୍ଡଳର ୬୩ ତମ ବୈଠକ ; ୧୯ ଟି ପ୍ରସ୍ତାବରେ ବାଜିଲା ମୋହର , ଏଣିକି ସବୁ ପଞ୍ଚାୟରେ ଖୋଲିବ ବ୍ୟାଙ୍କ ତାସହ …

1 min read

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତୀମଣ୍ଡଳର ୬୩ ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ମନ୍ତ୍ରୀ ମଣ୍ଡଳ ବୈଠକରେ ୧୨ ଟି ବିଭାଗର ୧୯ ଗୋଟି ପସ୍ତାବ ଉପରେ ବିଚାର ଆଲୋଚନା ହୋଇଥିଲା । ଏହାପରେ ରାଜ୍ୟ ମନ୍ତୀମଣ୍ଡଳ ୧୯ ଟି ପ୍ରସ୍ତାବକୁ ମଞ୍ଜୁର ଦେଇଛନ୍ତି । ତେବେ ସେଥିମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଥିଲା ଯେ-

୧-ରାଜ୍ୟରେ ୪ ହଜାର ୩୭୩ ଗ୍ରାମପଞ୍ଚାୟତ କୌଣସି ବ୍ୟାଙ୍କ ବ୍ରାଞ୍ଚନାହିଁ । ସେଠିକାର ଲୋକମାନେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏଥିପାଇଁ ପ୍ରତି ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଖୋଲିବ । ଏଥିପାଇଁ ୫କୋଟି ଟଙ୍କାର ବଜେଟ୍ ସହାୟତା ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପ୍ରଦାନ କରାଯିବ । ଏହି ବ୍ୟାଙ୍କଗୁଡ଼ିକୁ ପଂଚାୟତରେ ନିଜର ଶାଖା ଖୋଲିବା ପାଇଁ ୫ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ, ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ହେବାକୁ ଥିବା ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

Advertisement

ଆସନ୍ତା ୩ ବର୍ଷ ମଧ୍ୟରେ ୧ ଲକ୍ଷ ଯୁବକ ଯୁବତୀଙ୍କୁ କରାଯିବ ଦକ୍ଷ । ଏଥିପାଇଁ ଖର୍ଚ୍ଚ ହେବ ୩୮୫ କୋଟି ଟଙ୍କା । ଉନ୍ନତ ମାନର ପ୍ରଶିକ୍ଷଣ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ , ନିଯୁକ୍ତି ଦକ୍ଷତା କ୍ଷେତ୍ରରେ ଏହା ସହାୟକ ହେବ ।

ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆଡ ଅନ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷା ଯୁବକ ଯୁବତୀମାନଙ୍କ ପାଇଁ ଡିଜିଟାଲ ଇ ପାଠ୍ୟକ୍ରମ ରଖାଯିବ ।

ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ । ଟାଟା ମେମୋରିଆଲ ପକ୍ଷରୁ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ । ଏହା ପାଇଁ ୪୮ ଦଶମିକ ୮୪୨ ଏକର ଜମି ପ୍ରଦାନ କରିବେ ସରକାର ।

ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ ।
ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବ । ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଂଜୁର କରାଯାଇଛି ।
ଆଇଟି ବିଭାଗର ଓଡିଶାର ମୋବାଇଲ୍ ଟାଓ୍ବାର ଓ ଟେଲିଗ୍ରାଫ ଲାଇନ୍ ଓଏଫସି ଏବଂ ଏହି ସଂପର୍କିତ ଭିତ୍ତିଭୂମି ସଂଶୋଧନ ପଲିସିକୁ ଅନୁମୋଦନ ମିଳିଛି।

ଓଡ଼ିଶା ସରକାରୀ ବେସରକାରୀ ସହଭାଗିତା ନୀତି(ପିପିପି) -୨୦୨୩କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏହି ନୂଆ ନୀତିରେ ୫୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କ୍ଳିଅରାନ୍ସ ପ୍ରାଧିକରଣ ଅନୁମୋଦନର ବ୍ୟବସ୍ଥା ହେବ। ସେହିପରି ୧୦ରୁ ୫୦୦କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ କ୍ଷମତାପ୍ରାପ୍ତ କମିଟି ଦ୍ୱାରା ଅନୁମୋଦନ ହେବ । ଏହି ନୂଆ ନୀତି ଅନୁସାରେ ପିପିପି ନିର୍ଦ୍ଦେଶାଳୟକୁ ୧୦କୋଟି ଟଙ୍କା ପର‌୍ୟ୍ୟନ୍ତ ପ୍ରକଳ୍ପ ଅନୁମୋଦନର କ୍ଷମତା ପ୍ରଦାନ କରାଯାଇଛି । ପ୍ରତି ଜିଲ୍ଲାପାଳଙ୍କ ଅଧୀନରେ ଏକ ଜିଲ୍ଲାସ୍ତରୀୟ ପିପିପି କମିଟି ଗଠନ କରାଯିବ । ପିପିପି-୨୦୨୩ ନୀତିରେ ୨୧ଟି କ୍ଷେତ୍ରରେ ବେସରକାରୀ ସହାୟତାର ବ୍ୟବସ୍ଥା କରାଯାଇଛି । ଏଥିରେ ବର୍ଜ୍ୟବସ୍ତୁ ପରିଚାଳନା, ଦକ୍ଷ ଶକ୍ତି ପରିଚାଳନା, ଅଣପାରମ୍ପରିକ ଶକ୍ତି ଉତ୍ସ, ଅକ୍ଷୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ଦିଆଯାଇଛି ।

ସେହିଭଳି ପୃଷ୍ଟଶସ୍ୟର ପ୍ରସାର ନିମନ୍ତେ କାର‌୍ୟ୍ୟକାରୀ ହେଉଥିବା ଓଡ଼ିଶା ମିଲେଟ୍ ମିଶନର କାର‌୍ୟ୍ୟକ୍ରମକୁ ୨୦୨୩-୨୪ ଆର୍ଥିକ ବର୍ଷରେ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକକୁ ସମ୍ପ୍ରସାରିତ କରିଛନ୍ତି । ଏହି କାର‌୍ୟ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ କ୍ୟାବିନେଟ୍ ୨୦୨୩-୨୪ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର‌୍ୟ୍ୟନ୍ତ ମୋଟ ୨୬୮୭.୪୫କୋଟି ଟଙ୍କାର ବଜେଟକୁ ଅନୁମୋଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *