୧୭ ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞୁରୀ : ଜାଣନ୍ତୁ କେଉଁ କେଉଁ ପ୍ରସ୍ତାବ ଉପରେ ବାଜିଲା ମୋହର
1 min readଭୁବନେଶ୍ୱର : ରାଜ୍ୟରେ ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ୧୭ ଟି ପ୍ରସ୍ତାବକୁ ମଞୁରକଲା କ୍ୟାବିନେଟ । ସୂଚନା ମୁତାବକ , ରାଜ୍ୟ ସରକାର ଆଇଟି ପଲିସକୁ କ୍ୟାବିନେଟ ଅନୁମୋଦନ କରିଛି ।
ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞିନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା, ଏହାସହ ସ୍ଥାୟୀ ପୁଞିନିବେଶ ପାଇଁ କମ୍ପାନୀଗୁଡିକୁ ନିବେଶର ୨୫% ଯୋଗାଇ ଦିଆଯିବ ।ସେହିପରି ୨ ଟି ଜିଲ୍ଲାର ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିଛି ।ସେଥିରୁ ରାୟଗଡାର ଜିଲ୍ଲାର ୧୫ ପଞ୍ଚାୟତ,କୋରାପୁଟର ୩୧ ପଞ୍ଚାୟତ କୁ ପାଣି ଯୋଗାଇଦିଆଯିବ ,ତେବେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକର ୭ ଓ କୋଲନରା ବ୍ଲକର ୮ ପଞ୍ଚାୟତ ରହିଛି ।
ଏହାଛଡା ପୁରୀରେ ପର୍ଯ୍ୟଟକଙ୍କ ପାଇଁ ୧୩୫ କୋଟିର ଧର୍ମଶାଳା ମଞୁରୀରେ ବାଜିଛି ମୋହର ।ରାଜ୍ୟ ସରକାରଙ୍କ ଅଭଡା ଯୋଜନାରେ କରାଯିବ ଧର୍ମଶାଳା ପ୍ରକଳ୍ପ ,ତେବେ ୧୩୭ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଧର୍ମଶାଳା ନିର୍ମାଣ ହେବ । ସେହିପରି ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ୯.୬୮ ଏକରର ଜମ ଖୋର୍ଦ୍ଦା ବରୁଣେଇଠାରୁ ଯୋଗାଇ ଦିଆଯିବ ।ଏନେଇ ମେସର୍ସ ଶ୍ରୀଜିକୃପା ସଂସ୍ଥାକୁ ଟେଣ୍ଡର ଦିଆଯାଇଛି । ଏହି ସଂସ୍ଥାଟି ୨୪ ମାସ ମଧ୍ୟରେ କାମ ସରିବା ପାଇଁ ଧାର୍ଯ୍ୟ କରାଯାଇଛି ।