ସିମ୍ ବକ୍ସ ରାକେଟର ପର୍ଦ୍ଦାଫାସ୍ : kyc ମାଗିବା ନାରେ ଚାଲିଥିଲା ସାଇବର ଠକେଇ
1 min readଭୁବନେଶ୍ୱର : ଓଡିଶାରେ ପୁଣି ଚାଲିଛି ସିମବକ୍ସ ଠକେଇ । ଏହି ସିମବକ୍ସ ମେସିନ ମାଧ୍ୟମରେ ପ୍ରି-ଆକ୍ଟିଭ ସିମ୍ ବ୍ୟବହାର କରି ଚାଲିଥିବା ସାଇବର ଠକେଇର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ । ଏଥିରେ ସାମିଲ ଥିବା ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲୱାଲ ସମେତ ୬ ଜଣଙ୍କୁ ଗିରଫ କରିଛି ଟିମ୍ । ଳଚ୍ଚମ ମାଗିବା ନାରେ ଫେକ୍ ମେସେଜ୍ ପଠାଇ ସାଇବର ଠକେଇ କରୁଥିଲେ ଏମାନେ । ଟେଲିକମ୍ ମନ୍ତ୍ରାଳୟର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତରେ ଏହି ରାକେଟ୍ଟି ମୟୁରଭଞ୍ଜରୁ କରାଯାଉଛି ବୋଲି ଜଣାପଡିବାପରେ ,ଟିମ୍ ମୟୁରଭଞ୍ଜର ବିଭିନ୍ନ ଅଞ୍ଚଳରେ ଚଢାଉ କରି ୬ ଜଣଙ୍କୁ ଗିରଫ କରିଛି ।
ଏହା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ସିମ୍ ଏବଂ ସିମ୍ବକ୍ସ ଜବତ କରାଯାଇଛି । ଏହି ସିମ୍ ବକ୍ସ ରାକେଟଟି କେବଳ ରାଜ୍ୟରେ ନୁହେଁ ଦେଶ ବିଦେଶରେ ମଧ୍ୟ ଏହାର ଲମ୍ବା ଚେର ବ୍ୟାପିଛି ।
ସିମ ବକ୍ସ କଣ ?
ଏହା ଏକ ପ୍ରକାରର ଡିଭାଇସ/ଯନ୍ତ୍ର । ଏଥିରେ ଏକ ସାଙ୍ଗରେ ଶତାଧିକ ସିମ୍ ଆକ୍ଟିଭ କରିହୁଏ ।ତାହା ପୁଣି ପ୍ରି-ଆକ୍ଟିଭେଟେଡ୍ ସିମ୍ । ସିମ୍ କିଣିବା ସମୟରେ ଆଧାରକାର୍ଡ କିମ୍ବା ଅନ୍ୟାନ ପରିଚୟ ଦେଇ ସିମ୍ ଗୁଡିକ କିଣାଯାଇଥାଏ । ତେବେ ଏହି ସାଇବର ଠକ ମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ବ୍ୟବହାର କରି ସିମ୍ ବକ୍ସ ଅପରେଟ୍ କରିଥାନ୍ତି । ସେମାନେ ଇଣ୍ଟରନେଟ୍ ସାହାର୍ଯ୍ୟରେ ଯେକୌଣସି ଇଣ୍ଟରନେସନଲ ଫୋନ କଲକୁ ଲୋକାଲ କଲରେ ପରିଣତ କରାଯାଇ ମୋବାଇଲକୁ ପଠାନ୍ତି । ଅନ୍ୟ ଦେଶରୁ ଆସୁଥିବା ଫୋନ କଲ୍କୁ ଏହି ସିମ୍ ବକ୍ସ ମାଧ୍ୟମରେ ଲୋକାଲ କଲ୍ରେ ପରିଣତ କରାଯାଏ । ଫଳରେ କଲ୍ ବା ମେସେଜ୍ ଗୁଡିକ୍ କେଉଁ ଦେଶରୁ ଆସୁଛି ତାହା ଜଣାପଡେନାହିଁ । ଏହାପରେ kyc ନଂ ମାଗି ଲୁଟିଥାନ୍ତି ସାଧାରଣ ଲୋକଙ୍କୁ ।