Pratidin TV

Odisha's Digital News Platform

+୨ ପିଲାଙ୍କ ପାଇଁ ସିଏଚଏସଇ ପ୍ରକାଶ କଲା କୋଶ୍ଚିନ ବ୍ୟାଙ୍କ, ଏଥିରୁ ପିଲାମାନଙ୍କୁ ମିଳିବ ସାହାଯ୍ୟ

1 min read

+୨ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଆସିଲା ଖୁସି ଖବର ।ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କଲା କୋଶ୍ଚିନ୍ ବ୍ୟାଙ୍କ୍ । ଆଉ ଏହାକୁ ବୋର୍ଡ ପରୀକ୍ଷା ପାଇଁ କୋଶ୍ଚିନ୍ ବ୍ୟାଙ୍କ ପ୍ରକାଶ କଲା ସିଏଚଏସଇ ।ପରୀକ୍ଷାର୍ଥୀ ମାନେ କୋଶ୍ଚିନ୍ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ । ପ୍ରଥମ ପର୍ଯ୍ୟାୟରେ ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି, ଗଣିତ ପ୍ରଶ୍ନପତ୍ର ଉପଲବ୍ଧ ରହିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟର ପ୍ରଶ୍ନପତ୍ର ପ୍ରକାଶ କରାଯିବ । ତେବେ ସିବିଏସଇ ଏବଂ ଆଇସିଏସଇ ବୋର୍ଡ ପକ୍ଷରୁ ପ୍ରତି ବର୍ଷ କୋଶ୍ଚିନ୍ ବ୍ୟାଙ୍କ୍ ଜାରି କରାଯାଇଥାଏ । ଯାହାକି ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତି ରେ ସହାୟକ ହୁଏ । କିନ୍ତୁ ଚଳିତ ବର୍ଷର ପ୍ରଥମ ଥର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । chseodisha.nic.in ୱେବସାଇଟରେ କୋଶ୍ଚିନ୍ ବ୍ୟାଙ୍କ୍ ଉପଲବ୍ଧ ଅଛି । କୋଶ୍ଚିନ୍ ବ୍ୟାଙ୍କରୁ କୋଶ୍ଚିନ୍ ନେଇ ପିଲାମାନେ ପରୀକ୍ଷା ପାଇଁ ପସ୍ତୁତ ହେବା ପାଇଁ ସଚେତନ କରିବାକୁ ସବୁ ଯୁକ୍ତ ଦୁଇ କଲେଜ୍ ଅଧ୍ୟକ୍ଷଙ୍କୁ CHSE ପକ୍ଷରୁ ଚିଠି କରାଯାଇଛି ।

Leave a Reply

Your email address will not be published. Required fields are marked *