ମୁଖ୍ୟମନ୍ତ୍ରୀ କାନ୍ଦିକି କ୍ଷମା ମାଗିଲେ ଓଡିଶାରୁ ଟଳିବ ମହାବିପତ୍ତି-ଜଗନ୍ନାଥ ସେନା
1 min readମଙ୍ଗଳବାର ପୁରୀ ଶ୍ରୀକ୍ଷେତ୍ରରେ ଆଡ଼ପମଣ୍ଡପ ବିଜେ ଗୋଟି ପହଣ୍ଡିବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ଖସି ପଡ଼ିବା ଘଟଣା ସାରା ଓଡିଶାବାସୀଙ୍କ ମନକୁ ଆଘାତ୍ ଦେଇଛି । ୧୯୮୫ ମସିହାରେ ଜଗନ୍ନାଥ ମହାପ୍ରଭୁ ଠିକ୍ ଏପରି ଖସିପଡିଥିଲେ ଆଉ ସେ ସମୟରେ ରାଜ୍ୟରେ ଆପତ୍ତକାଳିନ ସ୍ଥିତି ଲାଗିଥିଲା । କିନ୍ତୁ ଏହି ଘଟଣା ଯେତିକି କଷ୍ଟ ଦେଇଛି ଏହାର ସତ୍ୟତା ବାହାର କରିବାପାଇଁ ଜଗନ୍ନାଥ ସେନା ଦାବି କରିଛି । ଆଉ ଏହି ଘଟଣା ପାଇଁ ଯିଏ ଦାୟୀ ତାକୁ ଶାସ୍ତି ଦିଆଯାଉ । ଶାସ୍ତ୍ରରେ ଲେଖାଅଛି ପହଣ୍ଡି ସମୟରେ ଭଗବାନ ପଡିଗଲେ ଦେଶ ଓ ରାଜ୍ୟକୁ ମହାବିପତ୍ତି ମାଡିଆସେ ଆଉ ଏହାର ପ୍ରତିକାର ମଧ୍ୟ ଅଛିା ପ୍ରତିକାର ସହ ଆମ ମୁଖ୍ୟମନ୍ତ୍ରୀ ଆସି ମହାପ୍ରଭୂଙ୍କୁ ଯଦି କ୍ଷମା ପ୍ରାର୍ଥନା କରନ୍ତି ତେବେ ରାଜ୍ୟ ଆଉ ଦେଶ ଉପରୁ ବିପଦ ଟଳିପାରେ ବୋଲି କହିଛନ୍ତି ଜଗନ୍ନାଥ ସେନା ।