Pratidin TV

Odisha's Digital News Platform

ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୋହନ ମାଝୀ…

1 min read

ଦୁଇ ଦିନିଆ ଗସ୍ତରେ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ ଦୁଇ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୩୦ ତାରିଖରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ମୁଖ୍ୟମନ୍ତ୍ରୀ ।୧ରେ ଚାଇଁବାସାର କୋଲ୍‌ହାନ୍‌ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ।

ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଝାଡ଼ଖଣ୍ଡ ନିର୍ବାଚନ , ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଝାଡ଼ଖଣ୍ଡ ଗସ୍ତ କୁ ନେଇ ରାଜନୀତିକ ଚର୍ଚ୍ଚା ହେଉଛି । ଉଭୟ ସ୍ଥାନରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ବସବାସ କରନ୍ତି । ଝାଡ଼ଖଣ୍ଡ ଭାଜପାର ସହପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ମୋହନ ଗତକାଲି ଭେଟିଥିଲେ।

Advertisement

Leave a Reply

Your email address will not be published. Required fields are marked *