Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶାରୁ ଗଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି

1 min read

ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢୁଛି । ଟ୍ରେନ୍ ଭିତରେ ଆହୁରି ଲୋକ ଫସି ରହିଥିବା ସୂଚନା ମିଳିଛି । ଆଉ ଏହାରି ଭିତରେ ସେଠାକର ସ୍ଥିତି ପରଖିବା ପାଇଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶର ଭିଜୟାନଗରାମ ଜିଲ୍ଲାର ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ଯାଇଛନ୍ତି ରାଜସ୍ୱ ମନ୍ତ୍ରୀ।

Also Read ,https://www.pratidintv.com/train-mishap-in-andhra-odisha-border-26-train-cancelled/

Advertisement

ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମେଡିକାଲ ଯାଇ ଆହାତଙ୍କ ଭେଟିବେ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ରାଜସ୍ୱ ମନ୍ତ୍ରୀଙ୍କ ସହ ଏସଆରସି ଟିମ୍ ଘଟଣାସ୍ଥଳରେ ଉପସ୍ଥିତର ରହି ସ୍ଥିତି ପରିଖିଛନ୍ତି । ଏନେଇ ସିଏମଓ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ସୂଚନାମୁତାବକ ଗତକାଲି ରାତିରେ ବିଶାଖାପାଟନମ୍‌-ରାୟାଗଡା ଯାତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟନମ୍‌-ପାଲାସା ଯାତ୍ରୀଙ୍କୁ ପଛପଟୁ ଧକ୍କା ଦେବା ପରେ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ସମୟରେ ରାଜ୍ୟ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଏଏଫଓ ଜେପୋରର ନେତୃତ୍ୱରେ ଦୁର୍ଘଟଣା ସ୍ଥଳକୁ ଏକ ଟିମ୍ ଏବଂ ସାମଗ୍ରୀ ପଠାଇଛି । ଏହି ଟିମ୍ ପ୍ଲାଜ୍ମା କଟର, କମ୍ବୋ ଟୁଲ୍ସ, ଏକ ଉଦ୍ଧାର ଲାଇନ, ଆଇଟି ଲାଇଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଛି ।

Leave a Reply

Your email address will not be published. Required fields are marked *