Pratidin TV

Odisha's Digital News Platform

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା, ଲୋକାର୍ପିତ ହେବ କଟକ ନେତାଜୀ ବସ ଟର୍ମିନାଲ

1 min read

କଟକ: ଆଜି ଲୋକାର୍ପିତ ହେବ କଟକର ନେତାଜୀ ବସ୍ ଟର୍ମିନାଲ । ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ । ଅପରାହ୍ନ ୪ଟା ୩୦ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ଖାନନଗରସ୍ଥିତ ସିଏନବିଟି । ଏହାସହ ସହରରେ ନିର୍ମିତ ହୋଇଥିବା ଓ ହେବାକୁ ଯାଉଥିବା ନୂଆ ୧୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ ମୁଖ୍ୟମନ୍ତ୍ରୀ କରିବେ । ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ ନୂଆ ପରିଚୟ ଦେବ ବୋଲି କୁହାଯାଇଛି । ଏହି ବସ ଟର୍ମିନାଲକୁ ସ୍ଥାନାନ୍ତରିତ ହେବ କଟକର ବାଦାମବାଡ଼ି, ଅନୁଗୁଳ, ପୁରୀ ଆଦି ସମସ୍ତ ବସ ଷ୍ଟାଣ୍ଡ । ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି ଏହି ବସ ଟର୍ମିନାଳରେ । ଏଠାକାର ଅନ୍ୟତମ ମୁଖ୍ୟ ଆକର୍ଷଣ ଏଠାକାର ଆହାର କେନ୍ଦ୍ର । କାରଣ ଏହି ଆହାର କେନ୍ଦ୍ର ଦେଖିବାକୁ ପୁରା ପଞ୍ଚତାରକା ରେଷ୍ଟୁରାଣ୍ଟର ଭଳି । ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଅଛନ୍ତି ମିଶନ ଶକ୍ତିର ମହିଳାମାନେ । ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ମଧ୍ୟଏଠାରେ ଉପଲବ୍ଧ ହେବ ।

ତେବେ ବସ୍‌ଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ଶୈଳୀକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି । ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ମଧ୍ୟ ଘଟିବାର ଲୋକେ ଆଶଙ୍କା କରିଛନ୍ତି । ନୂଆ ବସ୍ ଟର୍ମିନାଲର ଆହୁରି ଅନେକ କାମ ବାକି ଥିବା ବେଳେ ଏହାକୁ ସଂଯୋଗ କରୁଥିବା ରାସ୍ତା କାମ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନି । ସେପଟେ ବସ୍ ଗୁଡିକ ଖାନନଗର ପଟେ ଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ରାସ୍ତା ସଂପ୍ରସାରଣ ଶେଷ ହୋଇନାହିଁ । ଆଗକୁ ଦୁର୍ଗାପୂଜା ଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ତେବେ ଯାହା ହେଉନା କାହିଁକି ଏହି ନୂଆ ବସ ଟର୍ମିନାଲର ଲୋକାର୍ପଣ କଟକ ସହରକୁ ଏକ ନୂଆ ପରିଚୟ ଦେବ ।

Advertisement

Leave a Reply

Your email address will not be published. Required fields are marked *