Pratidin TV

Odisha's Digital News Platform

ପ୍ରସ୍ତୁତ ହେଉଛି ଜନତା ମୈଦାନ , ଓଡ଼ିଶାରେ ଶପଥ ଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ ..

1 min read

ଓଡିଶା ପାଇବ ନୂଆ ମୁଖ୍ୟମନ୍ତ୍ର୍ରୀ । ଜୁନ୍ ୧୦ତାରିଖରେ   ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀ କିଏ ‌ହେବେ ସେ ସଂପର୍କରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇ ପାରନାହିଁ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ସଜେଇ ହେଲାଣି ଜନତା ମୈଦାନ। ରାଜ୍ୟରୁ ପ୍ରାୟ ଲକ୍ଷେ ଲୋକ ଏହି ଉତ୍ସବ ଦେଖିବେ । ଜନତା ମଇଦାନରେ ଏହି ଭବ୍ୟ ଶପଥ ସମାରୋହ ଚଳିତ ମାସ ୧୦ରେ ହେବ ବୋଲି ଆଲୋଚନା ହେଉଛି । ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ଏବଂ ତାଙ୍କ ସହ କେତେ ଓ କେଉଁମାନେ ମନ୍ତ୍ରୀ ଶପଥ ନେବେ ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ଶୁଭ ସମୟ ଦେଖି ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଶପଥୋତ୍ସବ ପାଇଁ ରାଜଧାନୀରେ ସୁରକ୍ଷା କଡ଼ାକଡ଼ି କରାଯିବାର ବ୍ୟବସ୍ଥା ହୋଇଛି । ଅତିଥି, ନିର୍ବାଚିତ ସାଂସଦ ଓ ବିଧାୟକ ଏବଂ ଲକ୍ଷେ ଲୋକ ବସିବା ସ୍ଥାନ ଚୂଡ଼ାନ୍ତ ହୋଇଛି । ଗତ ଜୁନ ୪ରେ ଭୋଟ୍ ଗଣନା ପରେ ଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଥିଲା ବିଜେପି । ଓଡ଼ିଶାର ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ହାତେଇଥିବାବେଳେ ୫୧ ଆସନରେ ବିଜେଡି, କଂଗ୍ରେସ ୧୪, ସ୍ୱାଧୀନ ୩ ଓ ସିପିଆଇଏମ୍ ୧ ଆସନକୁ ଅକ୍ତଆର କରିଛନ୍ତି । ପରେ ଧର୍ମଶାଳା ବିଧାନସଭା ଆସନରୁ ସ୍ୱାଧୀନ ସଭ୍ୟ ହିମାଂଶୁ ଶେଖର ସାହୁ ଯୋଗଦାନ ଯୋଗୁଁ ବିଜେପିରେ ମୋଟ୍ ବିଜୟୀ ସଭ୍ୟ ସଂଖ୍ୟା ୭୯ ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଗଡ଼ ଭାଙ୍ଗିବା ସହ ତାଙ୍କ ରାଜନୈତିକ ଜୟଯାତ୍ରାରେ ବି ଲାଗିଥିଲା ବିରାମ । ମୁଖ୍ୟମନ୍ତ୍ରୀ ଭାବେ ୨୫ ବର୍ଷ ରେକର୍ଡ଼ରୁ ବି ସେ ହୋଇଥିଲେ ବଞ୍ଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ଦେଶରୁ ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ବୋଲି ଜଣାପଡିଛି  ।

Advertisement

Leave a Reply

Your email address will not be published. Required fields are marked *