Pratidin TV

Odisha's Digital News Platform

ହିମନ୍ତ ବିଶ୍ବଶର୍ମାଙ୍କୁ ନବୀନ ଦେଲେ କଡା ଜବାବ , କହିଲେ ନିଜ ରାଜ୍ୟ ଉପରେ ଦିଅନ୍ତୁ ଧ୍ୟାନ..

1 min read

ଓଡିଶାକୁ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଙ୍କୁ କଡାଜବାବ ଦେଇଛନ୍ତି  ମୁଖ୍ୟମନ୍ତ୍ରୀ ତଥା ବଜେଡି ସଭାପତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କହିଛନ୍ତି ଆଶ୍ଚର୍ଯ୍ୟ ଲାଗୁଛି ଯେ ଆସାମ ମୁଖ୍ୟମନ୍ତ୍ରୀ ଏଠାକୁ ଆସି ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି।

କିନ୍ତୁ ସେ ବୋଧହୁଏ ଭୁଲି ଯାଉଛନ୍ତି ଯେ ଆସାମରେ ମୁଣ୍ଡପିଛା ଋଣ ଭାର ଓଡ଼ିଶା ଠାରୁ ବହୁତ ଆଗରେ ରହିଛି। ଆସାମର ଲୋକେ ଅନେକ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ତେଣୁ ସେ ଓଡ଼ିଶାକୁ ପଛରେ ନମ୍ବର ୱାନ୍‌ କରିବେ, ପ୍ରଥମେ ନିଜ ରାଜ୍ୟର ବିକାଶ ଉପରେ ଧ୍ୟାନ ଦିଅନ୍ତୁ। ପ୍ରଥମେ ଆସାମକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିଦେଖାନ୍ତୁ, ତା ପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ପାଇଁ କହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଜନତା ହସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *