ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ରାୟ; ୫ ଅଭିଯୁକ୍ତଙ୍କୁ ମିଳିଲା ମୃତ୍ୟୁଦଣ୍ଡାଦେଶ
1 min readକେନ୍ଦୁଝର ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ସଜା ଶୁଣାଇଲେ କୋର୍ଟ । ୨୦୧୯ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ମାମଲରେ ୫ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ସଜା ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଦୌରାଜଜ କୋର୍ଟ ।
ମାର୍ଚ୍ଚ ୨୫ , ୨୦୧୯ ରେ ରାମଚନ୍ଦ୍ରଙ୍କୁ ରାତି ପ୍ରାୟ ୧0:୩0 ସମୟରେ ଧକୋଠା ଗାଁରେ ତାଙ୍କ ଘର ସାମ୍ନାରେ ଅତି ନିର୍ମମ ଭାବେ ହାତ ହାଣି ହତ୍ୟା କରିଥିଲେ ଅଭିଯୁକ୍ତ । ଏହି ହତ୍ୟା ମାମଲାରେ ବଡ଼ଏକତାଳି ଗାଁର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି,ଅଲେଖ ପୃଷ୍ଟି, ଅରୁଣ ଦୃଷ୍ଟି,ଦୋଳ ବୋଇତେଇ ଗିରଫ ହୋଇଥିଲେ ।
ଆଡଭୋକେଟ୍ ଅଶ୍ୱିନୀ ମଲ୍ଲିକ କହିଛନ୍ତି, “ଏହି ପାଞ୍ଚ ଅଭିଯୁକ୍ତ ରାମଚନ୍ଦ୍ରଙ୍କ ଘରକୁ ଯାଇ ତାଙ୍କୁ ଡାକିଥିଲେ। ପରେ ସେମାନେ ତାଙ୍କୁ ତାଙ୍କ ଘର ସାମ୍ନାରେ ହତ୍ୟା କରିଥିଲେ। ଅଭିଯୁକ୍ତ ମୃତକଙ୍କ ହାତ ଓ ଗୋଡ ମଧ୍ୟ କାଟି ଦେଇଥିଲା। ଏଥିରେ ୫୩ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ତଥ୍ୟ ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡାଦେଶ ସଜା ଶୁଣାଇଛନ୍ତି ।
ମୃତ ରାମଚନ୍ଦ୍ରଙ୍କ ଝିଅ କହିଛନ୍ତି, “ମୋ ବାପାଙ୍କୁ ୨୦୧୯ ରେ ହତ୍ୟା କରାଯାଇଥିଲା। ଗତ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ଏସପି, ଅନୁସନ୍ଧାନକାରୀ ଅଧିକାରୀ ଏବଂ ବାରର ଅନ୍ୟ ସଦସ୍ୟମାନେ ମୋତେ ସମର୍ଥନ କରିଥିଲେ। ମୋର ନ୍ୟାୟପାଳିକା ଉପରେ ବିଶ୍ୱାସ ଥିଲା ଏବଂ ଶେଷରେ ନ୍ୟାୟ ପ୍ରଦାନ କରାଯାଇଛି। ”