Pratidin TV

Odisha's Digital News Platform

ଏଣିକି ଚାରି ଚକିଆ ଜାନ ପଛ ସିଟ୍‌ରେ ବସି ପିନ୍ଧିବେ ସିଟ୍ ବେଲ୍ଟ , ନହେଲେ ଦେବାକୁ ପଡିବ ୧୦୦୦ ଟଙ୍କା ଫାଇନ୍‌

ଭୁବନେଶ୍ୱର : ଏଣିକି ଗାଡିର ପଛ ସିଟ୍ ପାଇଁ ସିଟ୍‌ବେଲ୍ଟ ହେଲା ବାଧ୍ୟତାମୂଳକ । ନହେଲେ ଦେବାକୁ ପଡିବ ଫାଇନ୍ । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କମିଶନରଙ୍କୁ ଛିଠି ଲେଖାଯାଇଛି । ତେବେ ଏହି ନିୟମଟିକୁ ଓଡିଶାରେ ମଧ୍ୟ ବାଧ୍ୟତାମୂଳକ କରାଯିବ ।ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ୮ରୁ କମ୍ ସିଟ୍ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।

ଯେଉଁମାନେ କାର୍ରେ ପଛରେ ବସିଥିବେ ଓ ସିଟ୍ ବେଲ୍ଟ ପିନ୍ଧି ନଥିବେ ଚେକିଂ ବେଳେ ଧରାପଡ଼ିଲେ ଡ୍ରାଇଭରଙ୍କ ଠାରୁ ୧୦୦୦ଟଙ୍କା ଜରିମାନା ଆଦାୟ ହେବ। ସେହିପରି ଗାଡ଼ି ପଛ ସିଟ୍ କଭର ଯେପରି ସିଟ୍ ବେଲ୍ଟ ପିନ୍ଧିବାରେ ବାଧକ ନ ସାଜେ ତାହାକୁ ଫିଟ୍ନେସ୍ ବେଳେ ଯାଞ୍ଚ କରିବାକୁ କୁହାଯାଇଛି। କାର୍ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟର ପରିବହନ କମିଶନରଙ୍କୁ ଚିଠି ଲେଖି ସିଟ୍ ବେଲ୍ଟ ପିନ୍ଧିବା ନିୟମ କଡ଼ାକଡ଼ି କରିବାକୁ କୁହାଯାଇଥିଲା।

ତେବେ ୨୦୨୦ ଭାରତ ରୋଡ୍ ଆକ୍ସିଡେଣ୍ଟ ରିପୋର୍ଟ ଅନୁଯାୟୀ ,ସିଟ୍ ବେଲ୍ଟ ନପିନ୍ଧିବା ଯୋଗୁ ୧୧%ରୁ ଅଧିକ ମୃତ୍ୟୁ ଓ ଆହାତ ହୋଇଥିବା ବେଲେ ୩୦.୧% ମୃତ୍ୟୁ ଓ ୨୬% ଲୋକ ହେଲମେଟ୍ ନପିନ୍ଧିବା ଯୋଗୁ ଆହାତ ହୋଇଛନ୍ତି ।
ଏନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ କହିଛନ୍ତି ଯେ ୨୦୨୪ ସୁଦ୍ଧା ରାସ୍ତା ଦୁର୍ଘଟଣଅରେ ହେଉଥିବା ମୃତ୍ୟୁ ସଂଖ୍ୟାକୁ ପ୍ରାୟ ୫୦ ପ୍ରତିଶତ ହ୍ରାସ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।

Leave a Reply

Your email address will not be published. Required fields are marked *