Pratidin TV

Odisha's Digital News Platform

ଭାରତୀୟ ସେନାରେ ଶକ୍ତି ବଢାଇଲା ଓଡିଶା ଡ୍ରୋନ୍ ବନଭି ଏରୋ , ଘଣ୍ଟାକୁ ୫୦ କିଲୋମିଟର ବେଗରେ କରୁଛି ଗତି…

ଭାରତୀୟ ସେନାରେ ସାମିଲ ହେଲା ଓଡିଶା ଡ୍ରୋନ ବନଭି ଏରୋ । ଘଣ୍ଟାକୁ ୫୦ କିଲୋମିଟର ବେଗରେ କରିଛୁ ଗତି . ବଢାଇଲା ଭାରତୀୟ ସେନାର ଶକ୍ତି ।

ମରୁଭୁମିଠାରୁ ଆରମ୍ଭ କରି ବରଫାବୃତ୍ତ ଅଞ୍ଚଳରେ ଜାଗ୍ରତ ପ୍ରହରୀ ହୋଇ ଦାୟିତ୍ୱ ତୁଲାଉଛନ୍ତି ଭାରତୀୟ ସୈନିକ । ଖାଦ୍ୟଠାରୁ ଆରମ୍ଭ କରି ଅସ୍ତ୍ର ଶସ୍ତ୍ର ସବୁ ପାହାଡକୁ ନେବାରେ ହୁଏ ଅନେକ ସମସ୍ୟା । କିନ୍ତୁ ଏବେ ଏହି ସମସ୍ୟାକୁ ଦୁର କରିବ ସ୍ୱତନ୍ତ୍ର ଡ୍ରୋନ ବନଭି ଏରୋ । ଓଡିଶାରେ ତିଆରି ହୋଇଥିବା ଏହି ନିଆରା ଡ୍ରୋନ ଏବେ ଭାରତୀୟ ସେନାର ଶକ୍ତି ବଢାଇବ।

ସୈନିକଙ୍କ ପାଖକୁ ଖାଦ୍ୟ ସାମଗ୍ରୀ ପଠାଇବା ସହ ଅସ୍ତ୍ର ଶସ୍ତ୍ରବି ପଠାଇପାରୁଛି ଏହି ସ୍ୱୟଂଚାଳିତ ଡ୍ରୋନ ବନଭି ଏରୋ । ଏନେଇ ଭାରତୀୟ ସେନା ଓ ବନଭି ମଧ୍ୟରେ ଚୁକ୍ତିନାମା ହୋଇଛି ।

Leave a Reply

Your email address will not be published. Required fields are marked *