Pratidin TV

Odisha's Digital News Platform

ଓଡିଶାକୁ ହାଇ ଆଲର୍ଟ ; ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷିବ

1 min read

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ତିନିଦିନ ହେଲାଣି ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବକୁ ମିଳିଛି । ଉପକୂଳ ଓଡିଶାରେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିଥିଲା । ସେହିଭଳି ବୌଦ୍ଧ ରେ ସର୍ବାଧିକ ୩୯୦.୬ ମିଲି ମିଟର ବର୍ଷା, ସମ୍ବଲପୁରର ଯୁଜୁପଡା ଠାରେ ୩୬୧ ମିଲି ମିଟର ଓ ରାଇରଙ୍ଗପୂର ଠାରେ ୩୪୮ ମିଲି ମିଟର ରେକର୍ଡ କରାଯାଇଛି । ମୟୂରଭଞ୍ଜ, ଅନୁଗୁଳ, କେଉଁଝର, ସମ୍ବଲପୁର , ସୋନପୁର , ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ଗୁଡ଼ିକରେ ଅତି ପ୍ରବଳ ବର୍ଷା ଥିବାବେଳେ, ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ୨୨ ଟି କେନ୍ଦ୍ରରେ ଅତ୍ୟଧିକ ବର୍ଷା ଓ ପ୍ରାୟ ୫୦ କେନ୍ଦ୍ରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଜୁନ୍ ୧ ରୁ ୨ ଅଗଷ୍ଟ ମଧ୍ୟରେ ସ୍ୱାଭାବିକ ୫୭୨.୬ ମିଲିମିଟର ତୁଳନାରେ ୫୮୭.୭ ମିଲିମିଟର ରେକର୍ଡ କରାଯାଇଛି । ୫ ଟି ଜିଲ୍ଲା ଅଭାବ ବର୍ଷା ହେଇଥିବା ବେଳେ , ୯ ଟି ଅଧିକ ଏବଂ ବାକି ୧୬ ଟି ଜିଲ୍ଲା ସାଧାରଣ ବର୍ଗରେ ବର୍ଷା ହେଇଥିଲା ।

ସୁନ୍ଦରଗଡ଼, ଝାରସୁଗୁଡ଼ା , ସମ୍ବଲପୁର , ବରଗଡ଼ , ଅନୁଗୁଳ , ସୋନପୁର ଓ କେଉଁଝର ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ପାଇଁ ରେଡ ୱାର୍ଣିଂ ଜାରି କରାଯାଇଛି । ନୂଆପଡା, କଳାହାଣ୍ଡି, କନ୍ଧମାଳ , ଢେଙ୍କାନାଳ ଓ ମୟୂରଭଞ୍ଜ କୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି । ଉପକୂଳ ଓଡିଶାରେ ବର୍ଷାର ପରିମାଣ ସାମାନ୍ୟ କମ ରହିବ ଓ ବିସ୍ତୃତି ବର୍ଷା ଦେଖିବକୁ ମିଳିବ । ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଏହି ସମୟରେ ଘଣ୍ଟା ପ୍ରତି ୮୦ରୁ ୧୨୦ କି.ମି ବେଗରେ ପବନ ବହିବ । ଏନେଇ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ତା ସହ

Advertisement

ଆସନ୍ତା ୪୮ ଘଣ୍ଟା ପାଇଁ ମତ୍ସ୍ୟଜୀବି ମାନଙ୍କ ପାଇଁ ସମୁଦ୍ର ପ୍ରବେଶ ରେ ବାରଣ କରାଯାଇଛି । ଭୁବନେଶ୍ୱର ରେ ଆଜି ଦିନ ସାରା ବର୍ଷାର ପରିମାଣ ସାମାନ୍ୟ ରହିଛି । ତେବେ ୪୮ ଘଣ୍ଟା ଭିତରେ ବର୍ଷାର ମାତ୍ର ବଢିବା ସହ ପବନ ବେଗ ଘଣ୍ଟା ପ୍ରତି ୬୦-୮୦ କିମି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ କହିଛନ୍ତି। ସେପଟେ ବିପଦ ସଙ୍କୁଳ ଉପରେ ରାଜ୍ୟର ଅନେକ ନଦୀ । ଚଳିତ ବର୍ଷ ରାଜ୍ୟରେ ୨୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ଯେଉଁଥିପାଇଁ ଅନେକ ସହର ଓ ଗ୍ରାମାଞ୍ଚଳର ପାଣି ଘେରରେ ଏନେଇ ଆଗକୁ ବଡ ବନ୍ୟାର ଅନୁମାନ କରିଛି ବିଭାଗ । ଭଣ୍ଡାରିପୋଖରୀ ବ୍ଲ୍‌କଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖାଲୁଆ ଅଞ୍ଚଳରେ ବର୍ଷା ଜଳ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ନଦୀରେ ବନ୍ୟା ଆସିଲେ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *