Pratidin TV

Odisha's Digital News Platform

ବର୍ଷାରେ ବେହାଲ ହେବ ଓଡିଶା : ଏହି ସବୁ ଜିଲ୍ଲାକୁ ଜାରିହେଲା ହାଇଆଲର୍ଟ , ଜିଲ୍ଲାପାଳଙ୍କୁ ସତର୍କ କଲେ  SRC

1 min read

ଭୁବନେଶ୍ୱର : ହିମାଚଳ ପ୍ରଦେଶ , ଦିଲ୍ଲୀ ପରେ ଏବେ ଓଡିଶାକୁ ହାଇ ଆଲର୍ଟ । ରାଜ୍ୟରେ ଆଗକୁ ବଡ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଓଡିଶାରେ ୧୫ ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ ୟେଲୋ ୱାଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ । ଏନେଇ ସମସ୍ତ ଜିଲ୍ଲା ପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ଏହା ସହ ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତି ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ଏନେଇ ପାଣିପାଗ ବିଭାଗ ଜିଲ୍ଲା ଗୁଡିକୁ ୟେଲୋ ଓ ଅରେଞ୍ଜ ୱାଣ୍ଣିଂ ଜାରି କରିଛି ।
୧୫ ଜୁଲାଇ –ସୁନ୍ଦରଗଡ, ଝାରସୁଗୁଡା,ସମ୍ବଲପୁର,କେଉଁଝର, ମୟୁରଭଞ୍ଜ,ବାଲେଶ୍ୱର, ଭଦ୍ରକ,କଟକ, କେନ୍ଦ୍ରାପଡା, ଜଗତସିଂହପୁର,ଯାଜପୁର ଏସବୁ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି
ସେହିଭଳି ନବରଙ୍ଗପୁର,କଳାହାଣ୍ଡି,ନୂଆପଡା, ବଲାଙ୍ଗୀର, ବୌଦ୍ଧ,ଗଞ୍ଜାମ, ଅନୁଗୁଳ,ଢେଙ୍କାନାଳ ,ଦେଓଗଡ,ବରଗଡ, ସୋନପୁର,ଖୋଦ୍ଧା,ପୁରୀ ଇତ୍ୟାଦି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୧୬ ଜୁଲାଇ –କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି, ନୂଆପଡା,ବରଗଡ,ଝାରସୁଗୁଡା, ସୁନ୍ଦରଗଡ ଇତ୍ୟାଦି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ବଲାଙ୍ଗୀର,କନ୍ଧମାଳ,ବୌଦ୍ଧ,ସମ୍ବଲପୁର, ଅନୁଗୁଳ,ଦେଉଗଡ,କେଉଁଝର, ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାର ିକରାଯାଇଛି ।
୧୭ ଜୁଲାଇ-ନୂଆପଡା,କଳାହାଣ୍ଡି,ନବରଙ୍ଗପୁର,କନ୍ଧମାଳ,ଗଞ୍ଜାମ,ରାୟଗଡା,ଗଜପତି ,ପୁରୀ,ଜଗତସିଂହପୁର ଏବଂ କେନ୍ଦ୍ରାପଡାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି ।
୧୮ ଜୁଲାଇ ରୁ ୧୯ ଜୁଲାଇ – ପୁରୀ,କଟକ,ଜଗତସିଂହପୁର,ଯାଜପୁର, ଭଦ୍ରକ, କେନ୍ଦ୍ରାପଡା,ବରଗଡ,ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରିକରିଛି ପାଣିପାଗ ବିଭାଗ ।

Advertisement

ସେହିଭଳି ଏସଆରସି ପକ୍ଷରୁ ମଧ୍ୟ ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପ୍ରସ୍ତୁତ କରାଯାଇଛି । ସହରରେ ପାଣି ଜମି ଟ୍ରାଫିକ ସମସ୍ୟା ଉପୁଜିପାରେ ଏନେଇ ଗାଡି ଚଳାଚଳ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଣିପମ୍ପ ଓ ଜେନେରେଟର ପ୍ରସ୍ତୁତ ରଖିବାକୁ ସହ ତଳିଆ ଅଞ୍ଚଳରେ ପାଣି ଜମିଲେ ତୁରନ୍ତ ନିଷ୍କାସନ ପାଇଁ କୁହାଯାଇଛି । ସେହିପରି ଦୁର୍ବଳ ନଦୀବନ୍ଧ, କେନାଲ ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ । ବର୍ଷା ପାଣି ଯେମିତି ନ ଜମେ ତୁରନ୍ତ ଡ୍ରେନ ସଫା କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *