Pratidin TV

Odisha's Digital News Platform

ରାଜ୍ୟରେ ୨୪ ଘଣ୍ଟାରେ ୫୭୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟାରାଜ୍ୟରେ କରୋନା ପରିସ୍ଥିତି ସ୍ଥିର ଅଛି ବୋଲି ସୂଚନା ମିଳୁଛି ।ତେବେ ଗତକାଲି ସଂକ୍ରମଣ ୫୭୬ ଥିଲାବେଳେ ଆଜି ତାହା ୫୭୨ ରେ ପହଚିଂଛି । ସେଥିମଧ୍ୟରୁ ୨୩୬ ଜଣ ସଙ୍ଗରୋଧରୁ ଚିହ୍ନଟ ବେଳେ ୩୩୬ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ । ଏଥିମଧ୍ୟରେ ୬୯ ଜଣ ୧୮ ବର୍ଷରୁ ବୟସର ଥିବା ଜଣାପଡିଛି । ତେବେ ଖୋର୍ଦ୍ଦାା ସ୍ଥିତି ଏଯାଏଁ ଅସମ୍ଭାଳ ଦିନକୁ ଦିନ ବଢିଚାଲିଛି ସଂକ୍ରମଣ । ଆଜି ୨୧୯ ଚିହ୍ନଟ ଖୋର୍ଦ୍ଧାରୁ , ସେହିପରି କଟକରୁ ୬୮,ଦେଓଗଡରୁ ୨,ଗଜପତିରୁ ୫,ଜଗତ୍ସିଂହପୁରରୁ ୮,ଯାଜପୁରରୁ ୧୫,ଝାରସୁଗୁଡାରୁ ୮,କଳାହାଣ୍ଡିରୁ ୫,କେନ୍ଦ୍ରାପଡାରୁ ୧ ,କେଉଁଝରରୁ ୩,କୋରାପୁଟରୁ ୪,ମୟୁରଭଞରୁ ୧୬,ନୟାଗଡରୁ ୫,ନୂଆପଡାରୁ ୮,ପୁରୀରୁ ୧୨,ରାୟଗଡାରୁ ୨ ,ସମ୍ଭଲପୁରରୁ ୪୧,ସୋନପୁରରୁ ୩,ସୁନ୍ଦରଗଡରୁ ୬ ଷ୍ଟେଟପୁଲରୁ ୫୩ ,ଅନୁଗୁଳରୁ ୧୪,ବାଲେଶ୍ୱରରୁ ୧୨,ଭଦ୍ରକରୁ ୩,ବଲାଙ୍ଗିରରୁ ୨,ବୌଧ ଓ ବରଗଡରୁ ୧ ଲେଖାଏଁ ଚିହ୍ନଟ । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୧୨ଲକ୍ଷ ୯୪ ହଜାର ୦୭୬ରେ ପହଚିଂଛି । ଅପରପ୩େ ରାଜ୍ୟରେ ବର୍ତ୍ତମାନ ୩୩୬୦ ଜଣ ସକ୍ରିୟ ରୋଗୀ ରହିଥିବା ବେଳେ , ଆଜି ୨୩୯ ସୁସ୍ଥହାର କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇ ଘରକୁ ଫେରିଥିବା ଲୋକେ ୧୨ଲକ୍ଷ ୮୧ ହଜାର ୫୩୭ କୁ ବୃଦ୍ଧିପାଇଛି ।

Leave a Reply

Your email address will not be published. Required fields are marked *