Pratidin TV

Odisha's Digital News Platform

ଯୋଗାଣ ମନ୍ତ୍ରୀଙ୍କ ସୂଚନା , ୩୦ ଟଙ୍କାରେ ଆଳୁ ଦେବେ ରାଜ୍ୟ ସରକାର…

1 min read

ଦିନକୁ ଦିନ ଆଳୁ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଗୋଟିଏ ପଟେ ରକେଟ୍‌‌ ବେଗରେ ମୂଲ୍ୟ ବଢ଼଼ୁଥିବାବେଳେ ଅନ୍ୟପଟେ ରାଜ୍ୟକୁ ଆମଦାନୀ ସ୍ୱାଭାବିକ ହୋଇପାରୁନି। ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ହୋଇଥିବାରୁ ଗରିବଙ୍କଠାରୁ ନିମ୍ନ ମଧ୍ୟବିତ୍ତ ପର୍ଯ୍ୟନ୍ତ ଦରବୃଦ୍ଧିକୁ ନେଇ ସମସ୍ତେ ଚିନ୍ତିତ। ରାଜ୍ୟସରକାର କରିଛନ୍ତି ବଡ଼ ଘୋଷଣା ।

 ଏଣିକି ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଅଣାଯିବ । ଉଚ୍ଚ ଦରରେ କିଣିବା ସତ୍ୱେ ଖାଉଟିଙ୍କୁ କିଲୋ ପିଛା  ୩୦ ଟଙ୍କାରେ ଆଳୁ ବିକ୍ରି କରାଯିବା ନେଇ ଘୋଷଣା କରାଯାଇଛି । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ କିଣିବେ ଏବଂ ଖାଉଟିଙ୍କୁ କିଲୋ ପିଛା ୩୦ ଟଙ୍କାରେ ଆଳୁ ଯୋଗାଇ ଦିଆଯିବ । ଏପରି କରିବା ଦ୍ୱାରା ଓଡ଼ିଶାରୁ ଆଳୁ ସଙ୍କଟରୁ ମୁକ୍ତି ମିଳିବ । ତେବେ ପ୍ରଥମ ପର୍ଯ୍ୟାୟରେ ୩ ଶହ ମେଟ୍ରିକ୍ ଟନ୍ ଆଳୁ ପାଇଁ ନାଫେଡ ମାଧ୍ୟମରେ ଅର୍ଡର କରାଯାଇଛି ଯାହା ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ।

Advertisement

Leave a Reply

Your email address will not be published. Required fields are marked *