Pratidin TV

Odisha's Digital News Platform

ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି । ଜାଣନ୍ତୁ ବଢିଲା କେତେ ?

ବଢିଲା ଆଶା ଦିଦିଙ୍କ ମାସିକ ଦରମା । ମାସିକ ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମାସିକ ପାରିଶ୍ରମିକ ୪ ହଜାର ୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି ପାଇଛି। ଏନେଇ ଉପକୃତ ହେବେ ୪୯ ହଜାର ୫୨୨ ଆଶାକର୍ମୀ।

ଅନ୍ୟପଟେ କିଛିଦିନି ତଳେ ଅଙ୍ଗନବାଡ଼ି କର୍ମୀଙ୍କ ସହ ମିନି ଅଙ୍ଗନବାଡ଼ି ଓ ସହାୟିକାଙ୍କ ପାରିଶ୍ରମିକ ବି ବୃଦ୍ଧି କରାଯାଇଛି । ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୭ ହଜାର ୫୦୦ଟଙ୍କାରୁ ୧୦ ହଜାରକୁ ବୃଦ୍ଧି ପାଇଥିଲା ।

ପୂର୍ବରୁ ବିଭିନ୍ନ ଦାବି ନେଇ ଆଶାକର୍ମୀମାନେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣାରେ ବସିଥିଲେ। ନିଯୁକ୍ତି ସହ ୨୬ ହଜାର ଦରମା ଓ ୧୦ ହଜାର ପେନସନ୍ ମୃତ୍ୟୁକାଳୀନ ବୀମାରାଶି ଦାବିରେ ଆଶାକର୍ମୀମାନେ ଧାରଣାରେ ବସିଥିଲେ।

Leave a Reply

Your email address will not be published. Required fields are marked *